Latest Odisha News

BREAKING NEWS

୨.୨୭ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ନେଲେଣି କରୋନା ଟିକା

ନୂଆଦିଲ୍ଲୀ:କରୋନା ଟିକାକରଣ ଅଭିଯାନରେ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ଅନୁମତି ମିଳିବା ପରେ ଏପର୍ଯ୍ୟନ୍ତ ୨.୨୭ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ପ୍ରଥମ ଡୋଜ କରୋନା ଟିକା ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି।

ସଂକ୍ରମଣର ବିପଦ ଏବଂ ଟିକାକରଣର ଉପକାରିତା ବିଷୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତରୀ ଅଧିକାରୀଙ୍କ ଦ୍ୱାରା ଗର୍ଭବତୀ ମହିଳାମାନଙ୍କୁ ନିୟମିତ ପରାମର୍ଶ ‌ଦିଅ‌ାଯାଉଛି।

ତାମିଲନାଡୁ ୭୮,୮୩୮ ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରି ଆଗୁଆ ରହିଛି ବୋଲି ଏଥିରେ କୁହାଯାଇଛି।

ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଆନ୍ଧ୍ରପ୍ରଦେଶରେ ୩୪,୨୨୮ ଗର୍ଭବତୀ ମହିଳା, ଓଡିଶାରେ ୨୯,୮୨୧, ମଧ୍ୟପ୍ରଦେଶରେ ୨୧,୮୪୨, କେରଳରେ ୧୮,୪୨୩ ଏବଂ କର୍ଣ୍ଣାଟକରେ ୧୬,୯୭୩ ଜଣ ଗର୍ଭବତୀ ମହିଳା  ଟିକା ନେଇଛନ୍ତି।

Leave A Reply

Your email address will not be published.