Latest Odisha News

BREAKING NEWS

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ସୀମା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଜୁଲାଇ ୨୬ରେ ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦ ହିଂସାର ରୂପ ଧାରଣ କରିଥିଲା। ଉକ୍ତ ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମାଙ୍କ ନାଁରେ ମିଜୋରାମ ପୋଲିସ ଏଫ୍‌ଆଇଆର୍‌ ଦାଖଲ କରିଛି। ଏହାସହିତ ଆସାମ ଆଇଜି, ଡିଜି ଏବଂ ଡେପୁଟି କମିଶନରଙ୍କ ସମେତ ଅନ୍ୟ ୬ ଜଣ ଅଧିକାରୀଙ୍କ ବିରୋଧରେ ମିଜୋରାମ ପୋଲିସ ଏଫଆଇଆର ଦାଖଲ କରିଛି।

BjdElectrycity

ସେମାନଙ୍କୁ ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ପୋଲିସ ଦୁଇ ଶହ ଆସାମ ପୋଲିସ କର୍ମଚାରୀଙ୍କୁ ମଧ୍ୟ ବୁକ୍ କରିଛି।

ବିଭିନ୍ନ ମିଜୋରାମ ଭିତ୍ତିକ ସଂଗଠନ ହିମାନ୍ତ ବିଶ୍ୱ ସର୍ମାଙ୍କୁ ସୀମା ପ୍ରସଙ୍ଗରେ ଏକ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି ଏବଂ ସେମାନଙ୍କ ଅଭିଯୋଗର ଜବାବ ଦେଇ ସିଏମ୍ ଗଣମାଧ୍ୟମକୁ କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ଆସାମର ଜମି ଏବଂ ଅଞ୍ଚଳର ସୁରକ୍ଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବେ।

Leave A Reply

Your email address will not be published.