Latest Odisha News

BREAKING NEWS

ଢିଙ୍କିଆରେ ପ୍ରକଳ୍ପ ପାଇଁ ୨୪ଟି ପାନବରଜ ମାପ

ପାରାଦୀପ: କିଛିଦିନ ହେବ ଏରସମା ତହସିଲ ଢିଙ୍କିଆ ପଞ୍ଚାୟତବାସୀ ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ପ୍ରକଳ୍ପ ପାଇଁ କିଛି ଲୋକ ବିରୋଧ କରିଆସୁଥିବା ବେଳେ ଅନ୍ୟ କିଛି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।

ଗତ ବର୍ଷ ଢିଙ୍କିଆ ଗାଁର ତିନୋଟି ପାନବରଜ ମାପଚୁପ କରାଯାଇଥିଲା । ଆଜି ପୁଣି ସେହି ଗାଁରେ ୧୮ଟି ପାନବରଜ ମାପଚୁପ କରାଯାଇଛି । ଏଥିସହିତ ମାହାଳ ଗାଁରେ ୪ଜଣ ଓ ପାଟଣା ଗାଁର ଦୁଇଜଣ ହିତାଧିକାରୀଙ୍କ ମାପଚୁପ କରାଯାଇଛି । ସମୁଦାୟ ଆଜି ୨୪ଟି ପାନବରଜ ମାପଚୁପ କରାଯାଇଛି ।

ଏହି ୩ଗାଁର ଲୋକମାନେ ଆଜି ନିଜ ଇଛାରେ ସ୍ଥାନୀୟ ତହସିଲଦାର ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପାନବରଜ ମାପଚୁପ କରିଛନ୍ତି । ଏରସମା ତହସିଲଦାରଙ୍କ ନେତୃତ୍ୱରେ ୫ଟି ଟିମ୍ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।

ଦୀର୍ଘବର୍ଷ ଧରି ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଢିଙ୍କିଆ ଗାଁ’ର ଲୋକମାନଙ୍କ ମଧ୍ୟରୁ ଜେଏସଡବ୍ଲ୍ୟୁକୁ ପାନବରଜ ଦେବା ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଶୁଭ ସୂଚନା ବୋଲି କୁହାଯାଉଛି । ଆଗାମୀ ଦିନରେ ମଧ୍ୟ ଢିଙ୍କିଆ ଓ ମାହାଳ ଗାଁ’ରେ ଥିବା ବରଜ ଗୁଡ଼ିକ ଅଧିଗ୍ରହଣ କରିବାକୁ ଲୋକମାନେ ସହମତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.