Latest Odisha News

BREAKING NEWS

ରୁଷ ସୈନ୍ୟକୁ ୟୁକ୍ରେନର ମୁହଁତୋଡ ଜବାବ: ଯୁଦ୍ଧରେ ଗଡିଲାଣି ସାଢ଼େ ୪ହଜାର ରୁଷ୍ ସୈନିକଙ୍କ ମୁଣ୍ଡ

କିଭ୍(ୟୁକ୍ରେନ୍): ରୁଷ୍-ୟୁକ୍ରେନ୍ ଭିତରେ ଜୋରଦାର ହୋଇଛି ଲଢ଼େଇ । ଦିନ ରାତି ଚାଲିଛି ଯୁଦ୍ଧ । ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ପାଇଁ ରୁଷ୍ ତୁହାକୁ ତୁହା ମିସାଇଲ୍ ମାଡ଼ କରୁଛି । କିଭ୍ ଆକାଶରେ ଚକର କାଟୁଛି ରୁଷର ଲଢୁଆ ଯୁଦ୍ଧ ବିମାନ । ସ୍ଥଳ ଓ ଜଳପଥରୁ ବି ହମଲା ଚାଲିଛି । ପୁଟିନ୍ ସୈନ୍ୟଙ୍କୁ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍ ସେନା ।

ଏଯାଏ ଯୁଦ୍ଧରେ ରୁଷର ସାଢ଼େ ୪ହଜାରରୁ ଅଧିକ ସୈନିକଙ୍କ ମୁଣ୍ଡ ଗଡ଼ିଲାଣି । ୧୫୦ ଟ୍ୟାଙ୍କ ନଷ୍ଟ କଲାଣି ୟୁକ୍ରେନ୍ । ୭୦୦ ଯୁଦ୍ଧଯାନ, ୨୬ ହେଲିକପ୍ଟରକୁ ମାରି ନଷ୍ଟ କରିଛି ୟୁକ୍ରେନ୍ ସେନା । ରାଜରାସ୍ତାରେ ବି ଲଢ଼େଇ ଚାଲିଛି । କିଭ୍ ଏବେ ବି ୟୁକ୍ରେନ୍ ନିୟନ୍ତ୍ରଣରେ ରହିଛି । ପୁଟିନ୍ ସେନାକୁ କିଭ୍ ଭିତରେ ପଶିବାକୁ ଦେଉନି ୟୁକ୍ରେନ୍ । ସେମାନଙ୍କର ସବୁ ଉଦ୍ୟମ ଏଯାଏ ବିଫଳ ହୋଇଥିବା ୟୁକ୍ରେନ୍ ସେନାବାହିନୀ ପକ୍ଷରୁ କୁହାଯାଇଛି ।

ପାଞ୍ଚ ଦିନ ହେଲାଣି ଘମାଘୋଟ ଲଢ଼େଇ ଚାଲିଛି । ଆଜି ସକାଳେ କିଭ୍ ଓ ଖାରକିଭରେ ଭୟଙ୍କର ବିସ୍ଫୋରଣ କରିଛି ରୁଷିଆ । ସେହିପରି କିଭ୍, ଜିଟୋମୀର, ଜାପୋରିଝିଆ ଓ ଚେର୍ଣ୍ଣିଂହିଭରେ ଏୟାର ଷ୍ଟ୍ରାଇକ୍ କରିଛି ରୁଷ୍ ସେନା । ବିଭିନ୍ନ ସ୍ଥାନରେ ଜନବସତି ଉପରେ ବି ହମଲା ହୋଇଛି । ନିଜ ଦେଶର ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି ୟୁକ୍ରେନ୍ ।

Comments are closed, but trackbacks and pingbacks are open.