Latest Odisha News

BREAKING NEWS

ଫସିଗଲେ କି ପୁତିନ ବାହିନୀ !

ମସ୍କୋ: ସହଜରେ ୟୁକ୍ରେନକୁ ହରାଇ ବାଜି ମାରିବା ଲକ୍ଷ୍ୟରେ ଥିବା ରୁଷିଆକୁ ଧିରେ ଧିରେ ନାକରେ କାନ୍ଦିଲାଣି । ଯଦି ଏବେ ଏହି ଯୁଦ୍ଧ ୧୦ ଦିନରୁ ଅଧିକ ଚାଲେ ତାହାହେଲେ ରୁଷିଆ ଘୋର ଆର୍ଥୀକ ଅନାଟନର ସମ୍ମୁଖୀନ ହେବ । ପ୍ରତ୍ୟେକ ଦିନ ଏହି ଯୁଦ୍ଧ ବାବଦକୁ ଭ୍ଲାଡିମିର ପୁତିନଙ୍କ ବାହିନୀକୁ ୧.୧୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଯାହା ପ୍ରଭାବ ରୁଷ ମୁଦ୍ରା ରୁବଲ ଉପରେ ପଡିବାକୁ ଲାଗିଲାଣି । ଆମେରିକା ବିଶେଷ କରି ୟୁରୋପ ସମୁଦାୟ ୟୁକ୍ରେନକୁ ସହଯୋଗ କରି ଏହି ଯୁଦ୍ଧ କିପରି ଅଧିକ ଦିନ ଧରି ଚାଲିବ ଦେ ନେଇ ମୁଣ୍ଡ ଖର୍ଚ୍ଚ କରୁଛନ୍ତି । ରୁଷର ବିରୋଧୀ ଦଳ, ବୁଦ୍ଧିଜୀବୀ ଏବଂ ବ୍ୟବସାୟୀମାନେ ପୁତିନ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେଣି । ସେମାନଙ୍କର ଗୋଟିଏ ପ୍ରଶ୍ନ ସତରେ କଣ ଯୁଦ୍ଧର ଆବଶ୍ୟକତା ଥିଲା ? ରୁଷ ସପକ୍ଷରେ କେବଳ ଶକ୍ତିଶାଳୀ ଚୀନ ରହିଛି ।

ଆଗାମୀ ଦିନରେ ବିଭିନ୍ନ ପ୍ରତିବନ୍ଧକୁ ମୁକାବିଲା କରିବାକୁ ହେଲେ ଚୀନ ପଛରେ ରୁଷକୁ ଗୋଡାଇବାକୁ ପଡିବ । ଅପରପକ୍ଷରେ ୟୁକ୍ରେନକୁ ବିଭିନ୍ନ ମହଲରୁ ସହଯୋଗ ଆସିବାରେ ଲାଗିଛି । ଏ ପର୍ଯ୍ୟନ୍ତ ୟୁକ୍ରେନ ବ୍ୟାଙ୍କରେ ୪ ଦିନରେ ୧୦୦ କୋଟି ଡଲାର ଜମା ହୋଇ ସାରିଲାଣି । ଚେକ ରିପବ୍ଲିକ ମାଧ୍ୟମରେ ସହଜରେ ୟୁକ୍ରେନ ମଧ୍ୟକୁ ଆବଶ୍ୟକ ସାମଗ୍ରୀ ଯାଇପାରୁଛି ।

Comments are closed, but trackbacks and pingbacks are open.