ବାଲେଶ୍ୱର: ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡି ଗାଁରେ ଏହି ଘଟଣା ଘଟିଛି । ଠାକୁରାଣୀଙ୍କ ପୂଜା ଭୋଗ ଖାଇବା ପରେ ଗାଁର କିଛି ପୁରୁଷ, ମହିଳା ଓ ଛୋଟ ଛୋଟ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବସ୍ତା ଓ ପାଉଁଶକୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗିଲାଯୋଡ଼ି ଗାଁରେ ମାଆ ଭଗବତୀଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ଭୋଗ ଖାଇଥିଲେ । ଏହାର କିଛି ସମୟ ପରେ ସମସ୍ତଙ୍କର ଝାଡ଼ାବାନ୍ତି ହୋଇଥିଲା । ଅସୁସ୍ଥଙ୍କୁ ତୁରନ୍ତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧୀରେ ଧୀରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।
Comments are closed.