ଭୁବନେଶ୍ବର: ଓଡ଼ିଶା ଯାତ୍ରୀ ଉପରେ ମହିଳାଙ୍କ ଭରସା । ସାମ୍ପ୍ରତିକ ତଥ୍ୟରୁ ଜଣାପଡିଛି ଯେ, ଅକ୍ଟୋବର ୨୦୨୪ ରୁ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମରେ ମୋଟ ଉପଭୋକ୍ତାଙ୍କ ମଧ୍ୟରୁ ୫୭.୪୪% ମହିଳା ରହିଛନ୍ତି। ପ୍ଲାଟଫର୍ମ ବ୍ୟବହାର କରିଥିବା ୨.୫୭ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ ୧.୪୮ ଲକ୍ଷରୁ ଅଧିକ ମହିଳା ଉପଭୋକ୍ତା ଥିଲେ । ଯାହା ରାଜ୍ୟର ପରିବହନ କ୍ଷେତ୍ରରେ ଏହା ଉତ୍ତମ ସୁଗମତା, ସୁରକ୍ଷା ଏବଂ ଲିଙ୍ଗ ଅନ୍ତର୍ଭୁକ୍ତିର ଏକ ଉଲ୍ଲେଖନୀୟ ସୂଚକ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଗତ ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଓଡ଼ିଶା ଯାତ୍ରୀ ଆପ୍, ଅକ୍ଟୋବର ୨୦୨୪ରେ ଏହାର ପାଇଲଟ୍ କାର୍ଯ୍ୟ ଆରମ୍ଭ କରିଥିଲା। ମାସିକ ବ୍ୟବହାର ଆଧାରରେ ଜାନୁଆରୀ ୨୦୨୫ ରେ ମହିଳା ୟୁଜରଙ୍କ ସଂଖ୍ୟା ୬୧.୬୩% ରେ ପହଞ୍ଚିଥିଲା। ଜୁଲାଇ ୨୦୨୫ ର ସଦ୍ୟତମ ତଥ୍ୟ ଅନୁସାରେ ମଧ୍ୟ, ମହିଳା ଉପଭୋକ୍ତାଙ୍କ ମଧ୍ୟରେ ୫୫. ୩୮% ଥିଲେ, ଯାହା ପୁରୁଷ ଯାତ୍ରୀଙ୍କ ସଂଖ୍ୟାକୁ ଯଥେଷ୍ଟ ପଛରେ ପକାଇ ଦେଇଥିଲା।
ସୂଚନାଥାଉକି, ଓଡ଼ିଶା ଯାତ୍ରୀ, ରାଜ୍ୟ ପରିବହନ ପ୍ରାଧିକରଣ ସହିତ ମିଳିତ ଭାବରେ ଚଳିତ ବର୍ଷର ପୁରୀ ରଥଯାତ୍ରା ସମୟରେ ୩୦,୦୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ମାଗଣା ଅଟୋ ଯାତ୍ରା ପ୍ରଦାନ କରିଛି।
Comments are closed.