ଇମ୍ଫାଲ: ମଣିପରୁ ଦଙ୍ଗାରେ ଫେରାର୍ ୫୮୦୦ ଲୋକ। ଦଙ୍ଗାପ୍ରବଣ ରାଜ୍ୟକୁ ଛାଡ଼ି ଏମାନେ ପଡ଼ୋଶୀ ରାଜ୍ୟ ମିଜୋରାମକୁ ଚାଲିଯାଇଥିବା ସୂଚନା ମିଳିଛି। ମାଇତେଇ ଓ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ହୋଇଥିବାରୁ ମଣିପୁରରୁ ବହୁସଂଖ୍ୟାରେ ଲୋକେ ପଡ଼ୋଶୀ ରାଜ୍ୟକୁ ଚାଲିଯାଇଥିବା ରବିବାର ମଣିପୁର ସରକାର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଚିନ-କୁକୀ-ମିଜୋ ସମ୍ପ୍ରାଦୟର ମୋଟ ୫୮୦୦ ଲୋକ ମଣିପୁରରେ ୬ ଜିଲ୍ଲାରେ ଅସ୍ଥାୟୀ ଶିବିରରେ ରହିଛନ୍ତି। ମିଜୋରାମର ଆଇଜଲ୍ ଜିଲ୍ଲାରେ ବର୍ତ୍ତମାନ ସର୍ବାଧିକ ୨୦୨୧ ଶରଣାର୍ଥୀ ରହିଥିବା ବେଳେ କୋଲାସିବରେ ୧୮୪୭, ସାଇତୁଆଲରେ ୧୭୯୦ ଜଣ ଶରଣ ନେଇଛନ୍ତି।
ଅନ୍ୟପଟେ ମିଜୋରାମ ଲୋକସଭା ସଦସ୍ୟ ସି ଲାଲରୋସାଙ୍ଗା ମଣିପୁର ଆଦିବାସୀ ବିଧାୟକଙ୍କ ଦାବିକୁ ସମର୍ଥନ ଦେଇଛନ୍ତି। ଆଦିବାସୀ ପାଇଁ ସ୍ୱତନ୍ତ୍ର ପ୍ରଶାସନ ହେବା ଦରକାର ବୋଲି ସେ ସମର୍ଥନ ଜଣାଇବା ସହ ପ୍ରାସଶନ ଗଠନ ହେଉ ବୋଲି ଦାବି କରିଛନ୍ତି।
ମଣିପୁର ହିଂସା ପରେ ଏନ୍ ବିରେନ ସିଂହଙ୍କ ସରକାରରେ ଅଦିବାସୀ ଲୋକେ ରହିପାରିବେ ନାହିଁ ବୋଲି ଦାବି କରି ୧୦ କୁକି ସମ୍ପ୍ରଦାୟ ବିଧାୟ(ବିଜେପିରୁ ୭) ଶୁକ୍ରବାର କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଦିବାସୀଙ୍କ ସ୍ୱତନ୍ତ୍ର ପ୍ରଶାସନ ଗଠନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ସୂଚନା ଥାଉକି ମାଇତେଇ ସମ୍ପ୍ରଦାୟ ନିଜ ପାଇଁ ଆଦିବାସୀ କୋଟା ଦାବି କରିଥିଲେ। ଏହାକୁ ବିରୋଧ କରି ପାହାଡ଼ି ଜିଲ୍ଲାଗୁଡ଼ିକରେ ଆଦିବାସୀ ସମ୍ପ୍ରଦାୟ ମେ ୩ରେ ଶୋଭାଯାତ୍ରା କରିଥିଲା। ଏହିଠାରୁ ହିଁ ଦଙ୍ଗା ଆରମ୍ଭ ହୋଇଥିଲା। କେବଳ ସେତିକି ନୁହେଁ, ସଂରକ୍ଷିତ ଜଙ୍ଗଲରୁ କୁକୀ ଗ୍ରାମୀଣଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ରାଗ ଚରମ ସୀମାରେ ପହଞ୍ଚିଥିଲା।
ସୂଚନା ଥାଉକି ମଣିପୁରରେ ମାଇତେଇ ସମ୍ପ୍ରଦାୟଙ୍କ ସଂଖ୍ୟା ୫୩ ପ୍ରତିଶତ ହୋଇଥିବା ବେଳେ ଏମାନେ ସାଧାରଣତଃ ଇମ୍ଫାଲ ଭ୍ୟାଲିରେ ରହୁଛନ୍ତି। ସେହିପରି ଆଦିବାସୀ-ନାଗା ଓ କୁକୀମାନେ ମିଶି ମଣିପୁର ୪୦ ପ୍ରତିଶତ ରହିଛନ୍ତି। ଏମାନେ ସମସ୍ତେ ପାହାଡ଼ି ଜିଲ୍ଲାଗୁଡ଼ିକରେ ରହିଛନ୍ତି।
Comments are closed.