Latest Odisha News

BREAKING NEWS

ଆଜି ନକ୍ସଲ ସଂଗଠନ ପକ୍ଷରୁ ରାୟଗଡା ଜିଲ୍ଲା ବନ୍ଦ ଡାକରା

ରାୟଗଡ଼ା : ତାତିଲେ ନକ୍ସଲ ସଂଗଠନ। ରାସ୍ତାରେ ଲଗାଇଲେ ପୋଷ୍ଟର। ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ପୋଷ୍ଟର ଲଗାଇଛନ୍ତି । ଅଡିଓ ଟେପ ଜରିଆରେ ମାଓବାଦୀ ୧୫ ତାରିଖ ୭ଟି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ପୋଷ୍ଟର ମାରିବା ସହ ଗଛ ପକାଇ ରାସ୍ତା ଅବରୋଧ କରାଯାଇଛି।

ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଚନ୍ଦ୍ରପୁରକୁ ଯିବା ପାଇଁ ଲୋକେ ଭୟ କରୁଛନ୍ତିି ।

ନକ୍ସଲ ସଂଗଠନ ମାନେ ରାସ୍ତାରେ ପୋଷ୍ଟର ଲଗାଇଛନ୍ତି । ଯେଉଁ ପୋଷ୍ଟରରେ ଉଲ୍ଲେଖ ରହିଛି ଆଜି ବି ଗରିବ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ଯୋଜାନା ପାଇବାରୁ ବଞ୍ଚିତ ରହିଛନ୍ତି । ଗତ୧୨ ତାରିଖରେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଏକ ଅଡିଓ ଟ୍ୟାପ ଜାରି କରି ମେ ୧୫ ତାରିଖ ଦିନ ୧୨ ଦଫା ଦାବି ନେଇ ୭ ଜିଲା ରେ ବନ୍ଦ ପାଳନ ନିମନ୍ତେ ଆହ୍ଵାନ କରିଥିଲେ।

ସେହି ଜିଲ୍ଲା ଗୁଡିକ ହେଲା ରାୟଗଡ଼ା, ଗଞ୍ଜାମ,କନ୍ଧମାଳ କଳାହାଣ୍ଡି , ବୌଦ୍ଧ ,ଗଜପତି ଓ ନୟାଗଡ଼। ଏହି ବନ୍ଦ ପାଳନ ସମୟରେ ଅତି ଅଵଶ୍ୟକୀୟ ତଥା ମେଡିକାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର, କ୍ଷୀର ଗାଡ଼ି ଓ ପରୀକ୍ଷା କେନ୍ଦ୍ର ବାଦ ଦେବା ନିମନ୍ତେ ଅଡିଓ ଟେପ ମାଧ୍ୟମ ରେ ଜଣାଇଥିଲେ । ସେଇ ୧୨ ଗୋଟି ଦାବି ନେଇ ଆଜି ମାଓବାଦୀ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି ।

ମାଓବାଦୀଙ୍କ ଦାବି ମଧ୍ୟରେ ଗରିବ ଆଦିବାସୀ ଚାଷୀମୁଲିଆଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ଵା ବିଜୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ , ପିଡିଏସ ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆ ଯାଉ, ପ୍ରତ୍ୟେକ ଗାଁକୁ ରାସ୍ତା ପାନୀୟ ଜଳ ଓ ମାଗଣାରେ ୧୦୦ ୟୁନିଟ୍‌ ଯାଏଁ ବିଜୁଳି, ପ୍ରତି ପଞ୍ଚାୟତରେ ଡାକ୍ତରଖାନା ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି, ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ପିଲା କମ କହି ବନ୍ଦ କରାଯାଇଥିବା ବିଦ୍ୟାଳୟ ପୁଣି ଖୋଲା ଯାଉ, ଖାଲି ଥିବା ଶିକ୍ଷକ ପଦବୀ ନିଯୁକ୍ତି ତୁରନ୍ତ ପୂରଣ କରାଯାଉ, ଦଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ ୩୦୦୦ ଟଙ୍କା ଛାତ୍ରବୃତ୍ତି ସହ ମାଗଣାରେ  ଉଚ୍ଚଶିକ୍ଷା ଦିଆଯାଉ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ କୁ ବୃଦ୍ଧି କରିବା, ବେକାରୀଙ୍କୁ ଦାଦନ ଯିବା ରୋକାଯାଉ ଯେଉଁ ଦିନ ଯାଏଁ ରୋଜଗାର ଯୋଗାଇ ଦିଆଯାଇ ନାହିଁ ସେ ଯାଏଁ ବେକାରୀ ଭତ୍ତା ମାସକୁ ୩୦୦୦ଟଙ୍କା ପ୍ରଦାନ କରାଯାଉ ।

ମନେରେଗା ଯୋଜନାରେ ବର୍ଷକୁ ୨୦୦ ଦୀନ ଏବଂ ଦିନକୁ ମଜୁରୀ ୬୦୦ ଦିଅନ୍ତୁ, ସିଆଳି ପତ୍ର ଓ କେନ୍ଦୁପତ୍ର ଉପରୁ GST ଉଠେଇ ସମସ୍ତ ଜଙ୍ଗଲିଯାତ ଦ୍ରବ୍ୟ ଉଚିତ ମୁଲ୍ୟ ଓ ଚାଷୀଙ୍କୁ ପେନସନ ପ୍ରଦାନ ସହ ଚାଷୀ ଋଣ ଛାଡ଼ ଓ ପ୍ରତି ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର ଖୋଲାଯିବା ଓ ବିସ୍ଥାପନ ବନ୍ଦ କରି ରାଜ୍ୟରେ ବକ୍ସାଇଟ, କୋଇଲା ଲୁଟ କରୁଥିବା ବହୁଦେଶୀୟ କମ୍ପାନୀକୁ ଲିଜ ବାତିଲ କରାଯାଇ ଓ ସେଇ ଜାଗାରେ ଜଙ୍ଗଲ ଜାତ ଦ୍ରବ୍ୟ ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଉ ଓ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକଙ୍କ ଦାବି ତୁରନ୍ତ ମାନି ନିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.