Latest Odisha News

BREAKING NEWS

ଆମେରିକାର ଭୟଙ୍କର ସଡ଼କ ଦୁର୍ଘଟଣା; ଏକାସାଙ୍ଗରେ ଧକ୍କା ହେଲେ ଟ୍ରକ୍, ଟ୍ରେଲ ଓ ଭ୍ୟାନ୍, ୨୬ ମୃତ

ମେକ୍ସିକୋ: ଆମେରିକାର ଭୟଙ୍କର ସଡ଼କ ଦୁର୍ଘଟଣା। ପରସ୍ପର ସହ ଧକ୍କା ହେଲେ ଟ୍ରାକ୍ଟର, ଟ୍ରେଲର ଓ ଭ୍ୟାନ୍। ଚାଲିଗଲା ୨୬ ଜୀବନ। ରବିବାର ସକାଳେ ଉତ୍ତର ମେକ୍ସିକୋ ସହର ତମଉଲିପାସରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଧକ୍କା ହୋଇଥିବା ଗାଡ଼ିଗୁଡ଼ିକ ଜଳିଯାଇଥିଲା।

ତମଉଲିପାସ ଲୋକ ସୁରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁାସେର ରାଜ୍ୟ ରାଜଧାନୀରୁ ସାମାନ୍ୟ ଦୂର ସିଉଡାଡ୍ ଭିକ୍ଟୋରିଆ ନିକଟରେ ପ୍ରାୟ ଅଧଘଣ୍ଟା ଧରି ଗାଡିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ। ଏକ ଘରୋଇ ପରିବହନ ସଂସ୍ଥାର ଯାତ୍ରୀବାହୀ ଭ୍ୟାନ୍‌ଟି ଯାତ୍ରୀଙ୍କୁ ନେଇଯାଉଥିବା ବେଳଏ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ପିଲାମାନେ ବି ରହିଥିଲେ।

ତେବେ ଖବର ପାଇଁ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିବାରୁ ଟ୍ରେଲର୍ ନେଇଯାଉଥିବା ଟ୍ରକ୍‌ଟି ଦୁର୍ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବି ମୃତ୍ୟୁ ହୋଇଛି ନା ସେ ଫେରାର୍ ହୋଇଯାଇଛି ସେ ନେଇ ସୂଚନା ମିଳି ନଥିବା ବେଳେ ପୁଲିସ ଅଧିକାରୀ ଏହି ଘଟଣାରେ ଅଧିକ ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.