Latest Odisha News

BREAKING NEWS

‘୨୦୨୧-୨୨ ଶିକ୍ଷାବର୍ଷରେ ୭ ହଜାର ୭୧୭ ବାଳିକା ପାଠପଢ଼ା ଛାଡ଼ିଛନ୍ତି’

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ୭୧୭ ବାଳିକା (୧୧ରୁ ୧୪ ବର୍ଷ) ୨୦୨୧-୨୨ ଶିକ୍ଷାବର୍ଷରେ ପାଠ ପଢ଼ା ଛାଡ଼ିଛନ୍ତି। ମହିଳା ଏବଂ ଶିଶୁ ବିକାଶ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟରେ ଏହା ଜଣାପଡ଼ିଛି। ସର୍ବାଧିକ ଡ୍ରପଆଉଟ୍ ବା ପାଠ ପଢିଥିବା ଛାତ୍ରୀ କଳାହାଣ୍ଡି (୨, ୩୭୩) ରହିଛି । ଏହାପରେ ରାୟଗଡା (୨,୩୭୩), ପରେ କୋରାପୁଟ (୯୭୦), ମାଲକାନଗିରି (୬୫୫) ଏବଂ ନୁଆପଡା (୩୪୯) ରହିଛି। ତେବେ ଦାଦନ ପ୍ରବଣ ଜିଲ୍ଲା ଗଞ୍ଜାମ ଜିଲ୍ଲା ବାବଦରେ କୌଣସି ସୂଚନା ମିଳିନି।

ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ବୌଦ୍ଧ, କଟକ, ଦେଓଗଡ, ଯାଜପୁର, ଜୟପୁର, କନ୍ଧମାଳ, କେନ୍ଦ୍ରପଡା ଏବଂ ସୋନପୁର ଜିଲ୍ଲାରେ ବାଳିକାଙ୍କ ଡ୍ରପ ଆଉଟ୍ ସଂଖ୍ୟା ବହୁତ କମ୍ । ଏହି ସବୁ ଜିଲ୍ଲାରେ ୫ ଜଣରୁ କମ୍ ଡ୍ରପ ଆଉଟ ରହିଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୮ରେ ୫୫, ୮୬୮ ଜଣ ଛାତ୍ରୀ ଡ୍ରପ ଆଉଟ ଥିଲେ ବୋଲି ଏହି ବିଭାଗ ଜାଣିବାକୁ ପାଇଥିଲା। କିନ୍ତୁ ସେତେବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ତଥ୍ୟକୁ ଖାରଜ କରି ଦେଇଥିଲା। ସେତେବେଳେ ସ୍କୁଲ ଓ  ଗଣଶିକ୍ଷା ମନ୍ତ୍ରୀ କହିଥିଲେ ୫ ୫ ହଜାର ନୁହେଁ ବରଂ ୧, ୦୬୦ଜଣ ଛାତ୍ରୀ ଡ୍ରପ ଆଉଟ ହୋଇଥିଲେ।

ତେବେ ରାଜ୍ୟର ରାଇଟ୍ ଟୁ ଏଜୁକେସନର ଆବାହାକ ଅନୀଲ ପ୍ରଧାନ କହିଛନ୍ତି, କଳାହାଣ୍ଡି, ରାୟଗଡା ଏବଂ କୋରାପୁଟରେ ଅନେକ ଛାତ୍ରୀ ସ୍କୁଲ ଅଧାରୁ ପାଠପଢା ଛାଡିବା ପଛରେ ରହିଛି ଦାରିଦ୍ର୍ୟ, ଦାଦନ ଏବଂ ବାଲ୍ୟ ବିବାହ ଭଳି ପ୍ରମୁଖ କାରଣ। ଏହି ସବୁ ଜିଲ୍ଲାରେ ମାଗଣା ଶିକ୍ଷା ବ୍ୟବସ୍ଥା ରହିଛି। ହେଲେ ଅନେକ ସାମାଜିକ କାରଣ ପାଇଁ ଶିକ୍ଷା ମାଗଣା ରହିଲେ ମଧ୍ୟ ପିଲାମାନେ ପାଠ ପଢା ଅଧାରୁ ଛାଡି ପଳାଉଛନ୍ତି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ଅନୁଯାୟୀ ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୟାଗଡ଼ ଭଳି ଜିଲ୍ଲାରେ ବାଳିକା ମାନଙ୍କ ମଧ୍ୟରେ ବାଲ୍ୟ ବିବାହ ଜାତୀୟ ହାର ୨୩.୩ ପ୍ରତିଶତ ଠାରୁ ଅଧିକ। ନବରଙ୍ଗପୁରରେ ୩୯.୪ ପ୍ରତିଶତ (ଯେଉଁଠି ଡ୍ରପଆଉଟଙ୍କ ସଂଖ୍ୟା ୨୦୪) ରହିଥିବା ବେଳେ ନୟାଗଡ଼ରେ ୩୫.୭, କୋରାପୁଟରେ ୩୫.୫, ମାଲକାନଗିରିରେ ୩୨.୪, ମୟୂରଭଞ୍ଜରେ ୩୧.୩ ପ୍ରତିଶତ ରହିଛି।

ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ କରିଥିବା କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ଅଧୀନରେ ଏହି ବାଳିକାମାନଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ସଂପୃକ୍ତ ବିଭାଗ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କୁହାଯାଇଛି। ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରୀଙ୍କ ନାମ ଶିକ୍ଷା ମନ୍ତ୍ରାଳୟର ‘ପ୍ରବନ୍ଧ’ ପୋର୍ଟାଲରେ ଏଣ୍ଟ୍ରି କରାଯିବ ଏବଂ ପୋର୍ଟାଲ୍ ଜରିଆରେ ସେମାନଙ୍କ ସ୍କୁଲ୍ ପ୍ରଦର୍ଶନକୁ ସାରା ଶିକ୍ଷାବର୍ଷ ଧରି ଅନୁଧ୍ୟାନ କରାଯିବ ବୋଲି ମହିଳା ଅଧିକାରୀ ଜଣଙ୍କ କହିଛନ୍ତି।

ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟିର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା କହିଛନ୍ତି, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବେ ଡବ୍ଲ୍ୟୁଡିସି ବିଭାଗ ଦେଇଥିବା ତଥ୍ୟକୁ ଅନୁଧ୍ୟାନ କରୁଛି ଏବଂ ଖୁବଶୀଘ୍ର ଚୂଡ଼ାନ୍ତ ତଥ୍ୟ ଆସିବ।

Leave A Reply

Your email address will not be published.