Latest Odisha News

ମାସକରେ ପ୍ରାୟ ୯,୦୦୦ ଶିଶୁ କରୋନା ପଜିଟିଭ ଚିହ୍ନଟ

ଅହମ୍ମଦାନଗର: ମହାରାଷ୍ଟ୍ରର ଅହମ୍ମଦନଗରରେ ପ୍ରାୟ ୯,୦୦୦ ପିଲା ମେ ମାସରେ କରୋନା ପଜିଟିଭ ହୋଇଛନ୍ତି। ଯାହା ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଏ ନେଇ ମହାରାଷ୍ଟ୍ର ସରକାର ଏହି ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ କହିଥିବା ସୂଚନା ମିଳିଛି।

ଘରୋଇ ଡାକ୍ତରଖାନାରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ସ୍ଥାପନ ଏବଂ ଅତ୍ୟାବଶ୍ୟକ ଔଷଧ ଯୋଗାଣ ସୁନିଶ୍ଚିତ କରିବାକୁ ଅହମ୍ମଦନଗର ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମହାମାରୀର ଏକ ତୃତୀୟ ତରଙ୍ଗ ଶିଶୁଙ୍କ ପାଇଁ ଅଧିକ କ୍ଷତିକାରକ ବୋଲି ସୂଚନା ମିଳିଛି। କରୋନା ତୃତୀୟ ଷ୍ଟ୍ରେନ୍‌ ଅଧିକ ସଂଖ୍ୟାରେ ପିଲାମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି, ସରକାର ଗତ ସପ୍ତାହରେ ଜନସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକୀୟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ଶିଶୁରୋଗ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.