Latest Odisha News

BREAKING NEWS

୬,୧୮୧ କୋଟି ଟଙ୍କାର ୨୦୦୦ ନୋଟ୍ ଏପର୍ଯ୍ୟନ୍ତ ଫେରିନାହିଁ: ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଚକିତ କଲାଭଳି ତଥ୍ୟ ପ୍ରକାଶ କରିଛି । ୨୦୦୦ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାର ଦୁଇ ବର୍ଷ ପରେ ମଧ୍ୟ ଏହି ନୋଟ୍ ବଜାରରୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦିଆଯାଇନାହିଁ। ଆରବିଆଇ ଅନୁଯାୟୀ ୩୧ ମେ ୨୦୨୫ ସୁଦ୍ଧା, ୬,୧୮୧ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କା ନୋଟ୍ ଏବେ ବି ପ୍ରଚଳନରେ ଅଛି। ଅର୍ଥାତ୍ କିନ୍ତୁ ୩୧ ମେ ୨୦୨୫ ସୁଦ୍ଧା ୬,୧୮୧ କୋଟି ଟଙ୍କାର ଏହି ବଡ଼ ନୋଟଗୁଡ଼ିକ ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଫେରି ନାହିଁ ।

୧୯ ମେ ୨୦୨୩ରେ ଆରବିଆଇ ୨୦୦୦ ଟଙ୍କା ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର ଘୋଷଣା କରିଥିଲା। ସେହି ସମୟରେ ୨୦୦୦ ଟଙ୍କା ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ଏପର୍ଯ୍ୟନ୍ତ ଏହି ପରିମାଣର ୯୮.୨୬% ଲୋକମାନେ ଫେରାଇ ସାରିଛନ୍ତି ଅର୍ଥାତ୍ ବ୍ୟାଙ୍କରେ ଜମା କରିଛନ୍ତି।

ଏହି ପ୍ରକାଶନରୁ ଏହା ସ୍ପଷ୍ଟ ଯେ ଯଦି ଅଧିକାଂଶ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ଜମା ହୋଇଛି , ତଥାପି ଏହି ମୁଦ୍ରାର ଏକ ବଡ଼ ପରିମାଣ ସାଧାରଣ ଲୋକ କିମ୍ବା ସଂସ୍ଥାମାନଙ୍କ ପାଖରେ ରହିଛି। ଏହାକୁ ଧୀରେ ଧୀରେ ସିଷ୍ଟମରୁ ବାହାର କରାଯାଉଛି।

ଏହି ବ୍ୟାଙ୍କ ନୋଟଗୁଡ଼ିକୁ ଜମା କରିବା କିମ୍ବା ବଦଳାଇବାର ସୁବିଧା ୭ ଅକ୍ଟୋବର, ୨୦୨୩ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ଶାଖାରେ ଉପଲବ୍ଧ ଥିଲା। ବର୍ତ୍ତମାନ ଏହି ସୁବିଧା କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୯ଟି ଜାରି କାର୍ଯ୍ୟାଳୟରେ ଉପଲବ୍ଧ। ଏହା ବ୍ୟତୀତ ଲୋକମାନେ ଦେଶର ଯେକୌଣସି ପୋଷ୍ଟ ଅଫିସରୁ ଭାରତୀୟ ପୋଷ୍ଟ ମାଧ୍ୟମରେ ଯେକୌଣସି RBI କାର୍ଯ୍ୟାଳୟକୁ ୨୦୦୦ଟଙ୍କାର ନୋଟ୍ ପଠାଇ ପାରିବେ ।

Comments are closed.