Latest Odisha News

BREAKING NEWS

ମଣିଷ ବଦଳରେ ଏଆଇକୁ ବନ୍ଧୁ କରୁଛନ୍ତି ଜେନ ଜେଡ

ଏବେକାର ଯୁବପିଢ଼ୀକୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଜେନ ଜେଡ ମଣିଷ ପରିବର୍ତେ ଏଆଇ (ଆର୍ଟିଫିସିଆଲ ଇଂଟେଲଜେନ୍ସି) ସହ ବନ୍ଧୁତା କରିବାକୁ ପସନ୍ଦ କରୁଛନ୍ତି । ଗ୍ୟାଲପ୍ ଏବଂ ବୋଷ୍ଟନ୍ ଚିଲ୍ଡ୍ରେନ୍ସ ଡିଜିଟାଲ୍ ୱେଲନେସର ଏକ ରିପୋର୍ଟ ଅନୁସାରେ, ପ୍ରାୟ ୩୩ ପ୍ରତିଶତ ଯୁବକ ଯୁବତୀ ଏଆଇକୁ ଜଣେ ସାଥୀ ବା ବନ୍ଧୁ ଭାବରେ ବ୍ୟବହାର କରୁଛନ୍ତି ।

ବିନା ଭୟରେ ମନର କଥା କହିବାର ସୁବିଧା: ମଣିଷ ସମ୍ପର୍କରେ ସବୁବେଳେ ଏକ ଭୟ ରହିଥାଏ ଯେ ସାମନା ଲୋକଟି କ’ଣ ଭାବିବ,  କିମ୍ବା କଥାଟି ଅନ୍ୟ କାହା ପାଖକୁ ଚାଲିଯିବ । କିନ୍ତୁ ଏଆଇ ସହିତ କଥା ହେଲାବେଳେ ଯୁବକମାନେ କୌଣସି ସଙ୍କୋଚ କରନ୍ତି ନାହିଁ । ସେମାନେ ବିନା କୌଣସି ଦ୍ୱିଧାରେ ନିଜର ଭାବନା ଏବଂ ମାନସିକ ଦ୍ୱନ୍ଦ୍ୱ ସେୟାର କରିପାରନ୍ତି, କାରଣ ଏଆଇ ସେମାନଙ୍କୁ କେବେବି ଜଜ୍  କରେ ନାହିଁ ।

୨୪ ଘଣ୍ଟା ଉପଲବ୍ଧତା ଏବଂ ତୁରନ୍ତ ଜବାବ: ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ମଣିଷ ବନ୍ଧୁ କିମ୍ବା ପରିବାର ଲୋକେ ସବୁବେଳେ ପାଖରେ ଉପଲବ୍ଧ ରହିବା ସମ୍ଭବ ହୋଇଥାଏ ନାହିଁ । ଅନ୍ୟପକ୍ଷରେ, ଏଆଇ ଚାଟ୍‌ବଟ୍‌ଗୁଡ଼ିକ ଦିନର ୨୪ ଘଣ୍ଟା ଏବଂ ସପ୍ତାହର ସାତ ଦିନ ବିନା କୌଣସି ବିଳମ୍ବରେ ତୁରନ୍ତ ଉତ୍ତର ଦେଇଥା ନ୍ତି। ତୁରନ୍ତ ମିଳୁଥିବା ଏହି ସପୋର୍ଟ ଯୁବପିଢ଼ିଙ୍କୁ ଏକାକୀତ୍ବ ଅନୁଭବ କରିବାକୁ ଦିଏ ନାହିଁ ।

ଜୀବନର ଜଟିଳତା ଓ ପରାମର୍ଶ ପାଇଁ ସୁରକ୍ଷିତ ମାଧ୍ୟମ: ଆଜିର ଯୁବପିଢ଼ି କ୍ରସ୍‌କୁ ମେସେଜ୍ ପଠାଇବାଠାରୁ ଆରମ୍ଭ କରି ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ମନୋମାଳିନ୍ୟ ହେଲେ ସେଥିରୁ ବାହାରିବା ପାଇଁ ଏଆଇର ପରାମର୍ଶ ନେଉଛନ୍ତି। ପରିସ୍ଥିତିକୁ ନିରପେକ୍ଷ ଭାବରେ ବୁଝିବା ଏବଂ ସଠିକ୍ ଶବ୍ଦ ଚୟନ କରିବାରେ ଇଓ ସେମାନଙ୍କୁ ସାହାଯ୍ୟ କରୁଛି।

ଡିଜିଟାଲ୍ ସଂସ୍କୃତିର ପ୍ରଭାବ: ଏହି ପିଢ଼ି ଡିଜିଟାଲ୍ ଦୁନିଆରେ ବଡ଼ ହୋଇଛି, ଯେଉଁଠାରେ ସ୍କ୍ରିନ୍‌ରେ ଚାଟିଂ କରିବା ଏବଂ ସୋସିଆଲ୍ ମିଡିଆରେ ରହିବା ସାଧାରଣ କଥା । ଯଦିଓ ସେମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ହଜାର ହଜାର ଲୋକଙ୍କ ସହ ଜଡ଼ିତ, କିନ୍ତୁ ଅନେକ ସମୟରେ ମନର ଗୁମର କଥା କହିବା ପାଇଁ ସେମାନଙ୍କର କେହି ଘନିଷ୍ଠ ବନ୍ଧୁ ନଥା’ନ୍ତି । ଏଭଳି ସ୍ଥିତିରେ ଏଆଇ ସେମାନଙ୍କ ପାଇଁ ଏକ ସହଜ ମାଧ୍ୟମ ପାଲଟିଛି ।ବିଶେଷଜ୍ଞଙ୍କ ମତରେ, ଯଦିଓ ଏଆଇ ଯୁବକମାନଙ୍କୁ ତୁରନ୍ତ ମାନସିକ ଆଶ୍ୱସ୍ତି ଏବଂ ସାଥୀର ଅନୁଭବ ଦେଉଛି, ତଥାପି ଏହା ମାନବୀୟ ସମ୍ପର୍କ, ସାକ୍ଷାତ ଆଲୋଚନା ଏବଂ ପ୍ରକୃତ ଭାବପ୍ରବଣତାର ବିକଳ୍ପ ହୋଇପାରିବ ନାହିଁ ।

Leave A Reply

Your email address will not be published.