Latest Odisha News

BREAKING NEWS

ଯାଜପୁର ଓ ମୟୂରଭଞ୍ଜରେ ଜବତ ହେଲା ୧୬ ଲକ୍ଷ ଟଙ୍କା

ଯାଜପୁର : ଯାଜପୁର ରେଙ୍ଗାଲିସ୍ଥିତ ଗରମିଆ ନିକଟରେ ଶନିବାର ରାତିରେ ଏକ କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୧୫.୩୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଯାଞ୍ଚ ସମୟରେ ଏହି ଗାଡ଼ିରୁ ୧୫.୩୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା । ପରେ ଘଟଣାରେ ସମ୍ପୃକ୍ତିକୁ ନେଇ ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି ।

ତେବେ ଏହି ଘଟଣାର ଛାନଭିନ୍ନ କରିବା ସହିତ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି ।

ସେହିପରି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବିଧାନସଭା ନିର୍ବାଚନୀମଣ୍ଡଳୀ ଅନ୍ତର୍ଗତ ବଣ୍ଡବା ନିକଟରୁ ଶନିବାର ରାତିରେ ପୋଲିସ ଏକ ଗାଡିରୁ ପ୍ରାୟ ୯୫ ହଜାର ଟଙ୍କା ଜବତ କରିଛି ।

ଆହୁରି ମଧ୍ୟ ଏହି ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖିଛି ।

Leave A Reply

Your email address will not be published.