Latest Odisha News

BREAKING NEWS

ପୁରୀରେ ସରପଞ୍ଚଙ୍କ କାର ଭିତରୁ ଜବତ ହେଲା ୧୮ ଲକ୍ଷ ଟଙ୍କା

ନିମାପଡ଼ା: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ାରେ ଶନିବାର ଦିନ ଜଣେ ବ୍ୟକ୍ତିଙ୍କ କାର ମଧ୍ୟରୁ ସ୍ପେଶାଲ୍ ଫ୍ଲାଇଂ ସ୍କ୍ୱାର୍ଡ଼ ପ୍ରାୟ ୧୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ, ଏହି ସ୍କ୍ୱାର୍ଡ଼ର ଗାଡ଼ି ନିମାପଡ଼ା-କାକଟପୁର ରାସ୍ତାରେ ଯାଉଥିବା ବେଳେ ପାଣିଛତ୍ରପୁର ନିକଟରେ ସନ୍ଦେହ କରି ଜଣେ ସରପଞ୍ଚଙ୍କ କାରକୁ ଅଟକାଇଥିଲେ । କାରଟିକୁ ଯାଞ୍ଚ କରିବା ବେଳେ ସେଥିରୁ ୧୮ ଲକ୍ଷ ୭୦ ହଜାର ୫୦୦ ଟଙ୍କା ପୋଲିସ ଜବତ କରିଥିଲେ ।

ତେବେ ଏତେ ପରିମାଣର ଟଙ୍କା କ’ଣ ପାଇଁ ନେଉଥିଲେ ସେଥିଲାଗି ପଚରାଉଚରା ଲାଗି ଥାନାରେ ସରପଞ୍ଚଙ୍କୁ ଅଟକ ରଖାଯାଇଛି ।

ଭାରତୀୟ ନିର୍ବାଚନ କମିଶନଙ୍କ (ଇସିଆଇ) ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ୫୦ ହଜାରରୁ ଅଧିକ ଟଙ୍କା ନେଉଥିବା ବେଳେ କେଉଁ କାରଣ ଲାଗି ତାହା ରଖିଛନ୍ତି ତାହାର ସ୍ପଷ୍ଟିକରଣ ଦେବେ ବୋଲି ନିୟମ ରହିଛି ।

Leave A Reply

Your email address will not be published.