Latest Odisha News

BREAKING NEWS

କଟକ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

କଟକ : କଟକ ଜିଲ୍ଲାରେ ଶୁକ୍ରବାର ରାତିରେ ୨ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନାନୁଯାୟୀ କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେବାରୁ ଗାଡି ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଥିବା ଜଣାପଡିଛି ।

ସେହିପରି କଟକର ଓଏମପି ସ୍କୋୟାର ନିକଟରେ ଏକ ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ନାମ ଜଗବନ୍ଧୁ ମହାରଣା ଏବଂ ସେ ବିଦ୍ୟାଧରପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏଥିସହିତ ପୋଲିସ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.