Latest Odisha News

BREAKING NEWS

ରାଜ୍ୟରେ ବଡ ଧରଣର ଆଇଟି ରେଡ୍: ମଦ ଫ୍ୟାକ୍ଟ୍ରୀ ରୁ ୨ ଶହ ରୁ ଉର୍ଦ୍ଧ୍ବ ଟଙ୍କା ଜବତ

ବଲାଙ୍ଗୀର/ସମ୍ବଲପୁର/ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେବ ଚାଲିଛି ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀ ମାନଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି । ମଦ ପ୍ରସ୍ତୁତକାରୀ କମ୍ପାନୀ ଟିକସ ଫାଙ୍କୁଥିବା ଅଭିଯୋଗରେ ଭୁବନେଶ୍ବର ସ୍ଥିତ ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ କମ୍ପାନୀ ଉପରେ ଗତକାଲି (ବୁଧବାର) ଆଇଟି ରେଡ୍ ହୋଇଥିଲା । ଆଉ ଏହି ରେଡ୍ ସମୟରେ ଯେଉଁ ପରିମାଣର ଟଙ୍କା ମାନ ସବୁ ମିଳିଛି ତାହା ହୋସ ଉଡାଇଦେବା ଭଳି ।

BjdElectrycity

ତେବେ ରାଜ୍ୟର ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଆଇଟି ପକ୍ଷରୁ ଚଢାଉ ଚାଲିଛି । ସେହିପରି ଟିଟିଲାଗଡର ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁ ଓ ଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ଚାଲିଥିଲା ।

ଟିଟିଲାଗଡ଼ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁ ଓ ବଳଦେବ ସାହୁଙ୍କ ଘରେ ଓ ମଦଭାଟିରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ହୋଇଥିଲା । ଚଢାଉ ସମୟରେ ଉଭୟ ଘର ଓ ମଦଭାଟିରୁ ୩୦୦ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍‌ ଜାରି ରହିଛି ।

ଅନ୍ୟପଟେ ସମ୍ବଲପୁର, ରାୟଗଡା ଓ ସୁନ୍ଦରଗଡରେ ମଧ୍ୟ ରେଡ୍ ସମୟରେ ଅନେକ ମଦ ବ୍ୟବସାୟୀଙ୍କ ଘରୁ ଆଲମାରୀ ଭର୍ତ୍ତି ପୁଳା ପୁଳା ଟଙ୍କା ଜବତ ହୋଇଛି । ଏହି ଟଙ୍କା ମାନ ନେବାକୁ ବିଭାଗ ପକ୍ଷରୁ ଟ୍ରକ୍ ବ୍ୟବହାର କରାଯାଉଛି । ଯାହାକୁ ଦେଖି ବିଭାଗର ଆଖି ଖୋସି ହେଇଯାଉଛି । ଓଡ଼ିଶାରେ ଏହା ସବୁଠୁ ବଡ ଆଇଟି ରେଡ୍ ବୋଲି କୁହାଯାଉଥିବାବେଳେ ଏଥିରେ ଆୟକର ବିଭାଗର ୪୦ ଜଣିଆ ଟିମ୍ ସହ ସ୍ଥାନୀୟ ପୋଲିସ ମାନେ ସାମିଲ ଅଛନ୍ତି ।

Leave A Reply

Your email address will not be published.