Latest Odisha News

BREAKING NEWS

‘୧୪ ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରସ୍ତ ହୋଇଛି ୪୯ କୋଟି ୬୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା’

ଭୁବନେଶ୍ବର: ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ନେଇ ବିଧାନସଭାରେ ସୋମବାର ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଗତ ୧୪ ମାସ ମଧ୍ୟରେ ରାଜ୍ୟ ସରକାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରସ୍ତ କରିଛନ୍ତି ୪୯.୬୭ କୋଟି ଟଙ୍କା । ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀ, ଗୋଲଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀ, ହାଇ-ଟେକ୍ ଇଷ୍ଟେଟସ୍ ଗ୍ରୁପ୍ ଅଫ୍ କମ୍ପାନୀର ଏବଂ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟରେ ସୁପାରିଶ କରାଯାଇଥିବା ଜମାକାରୀଙ୍କୁ ମିଶାଇ ସର୍ବ ମୋଟ ୧,୩୩,୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଅନ୍ତର୍ଭୁକ୍ତ ହୋଇଛି ।

୪ ଲକ୍ଷ ୭୨ହଜାର ୬୫୧ ଜଣ କ୍ଷୁଦ୍ର ଜମାକାରୀକୁ କର୍ପସ ପାଣ୍ଠିରୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ କରିଥିଲେ । ସେମାନଙ୍କ ମଧ୍ୟରୁ ୯୬ ହଜାର ୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଛି । ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦ କୋଟି ଟଙ୍କାର ଏକ କର୍ପସ୍‌ ପାଣ୍ଠି ସୃଷ୍ଟି କରିଛନ୍ତି ।

ରାଜ୍ୟରେ ଆନୁମାନିକ ୨୪ ଲକ୍ଷ ୭୫ ହଜାର ୭୮୨ କ୍ଷତିଗ୍ରସ୍ତ ଜମାକାରୀ ୬୮୬୦,୧୪,୪୨,୨୬୩ ଟଙ୍କା ବିଭିନ୍ନ ବେଆଇନ୍ ଆର୍ଥିକ ପ୍ରତିଷ୍ଠାନରେ ପୁଞ୍ଜି ନିବେଶ କରିଛନ୍ତି । ୩,୧୬,୦୬୩ ଜଣ ଜମାକାରୀଙ୍କୁ ମୋଟ ୧୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.