ଭୁବନେଶ୍ବର: ରାଜ୍ୟରେ ଏବେ ବି ଅନେକ ଗ୍ରାମପଞ୍ଚାୟତ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛି । ଏବେବି ୭୦୦ରୁ ଅଧିକ ପଞ୍ଚାୟତରେ ଇଣ୍ଟରନେଟ ସେବା ନଥିବା ନେଇ ଗୃହରେ ସୂଚନା ଦେଇଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୭୬୪ ଗ୍ରାମପଞ୍ଚାୟତରେ ଇଣ୍ଟରନେଟ୍ ସେବା ନାହିଁ । ୧୬୭ ବ୍ଲକର ୭୬୪ ଗ୍ରାମପଞ୍ଚାୟତରେ ମୋବାଇଲ୍ ଟାୱାର ନାହିଁ । ସର୍ବାଧିକ କନ୍ଧମାଳ ଜିଲ୍ଲାର ୧୦୬ ଟି ପଞ୍ଚାୟତରେ ଟାୱାର୍ ନାହିଁ ବୋଳଇ ମନ୍ତ୍ରୀ କହିଛନ୍ତି । ଜୁନ୍ ୨୦୨୫ ସୁଦ୍ଧା ବଳକା ୨,୧୯୨ଟି ଟାୱାର୍ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେିଛନ୍ତି ମନ୍ତ୍ରୀ ।
ସେହିପରି ପୂର୍ବରୁ ରାଜ୍ୟରେ ବିଭିନ୍ନ ଗାଁରେ ମୋବାଇଲ ସେବା ନେଇ ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହକୁ କହିଥିଲେ, ଓଡ଼ିଶାର ମୋଟ ୫୧୧୬୭ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ । ଓଡ଼ିଶା ସରକାରଙ୍କ ସମନ୍ୱୟରେ କେନ୍ଦ୍ରର ଡିଜିଟାଲ୍ ଭାରତ ନିଧି (ଡିବିଏନ) ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ ଗାଁରେ ମୋବାଇଲ୍ ସଂଯୋଗ ଯୋଗାଇବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରୁ ୨୫୭୨ଟି ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି । ଜୁନ୍ ୨୦୨୫ ସୁଦ୍ଧା ଓଡ଼ିଶାରେ ସମସ୍ତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Comments are closed.