ନୂଆଦିଲ୍ଲୀ: କରୋନା ଟିକାକୁ ବ୍ୟବହାରିକ ଅନୁମତି ମିଳିବା ପରେ ସାରା ବିଶ୍ୱରେ ଟୀକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏଭଳି ସମୟରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରଥମ ଥର ପାଇଁ ପିଲାମାନଙ୍କ ଉପରେ କୋଭିଡ -୧୯ ଟିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି।
ଯେଉଁଥିପାଇଁ ୬ରୁ ୧୭ ବର୍ଷ ବୟସର ୩୦୦ ପିଲାଙ୍କୁ ସ୍ୱେଚ୍ଛାକୃତ ଭାବେ ଟୀକାକରଣ କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ୩ ବିଲିୟନ ଡୋଜ ଉତ୍ପାଦନ କରିବାକୁ ଆଷ୍ଟ୍ରାଜେନେକାର ଲକ୍ଷ୍ୟ ରହିଛି। ସେହିପରି ଏପ୍ରିଲ ସୁଦ୍ଧା ମାସକୁ ୨୦୦ ମିଲିୟନରୁ ଅଧିକ ଡୋଜ ଉତ୍ପାଦନ କରିବାକୁ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖିଛି।
Comments are closed.