Latest Odisha News

BREAKING NEWS

ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ମାର୍ଚ୍ଚ ୮ରୁ ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ : ଶେଷ ହୋଇଛି ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ । ଏଣୁ ବାଚସ୍ପତି ଓମ୍ ବିର୍ଲା ଗୃହକୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୮ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ।

BjdElectrycity

ସଂସଦର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଷ୍ଟ୍ରପତି ସଂସଦର ଉଭୟ ଗୃହକୁ ସମ୍ବୋଧିତ କରନ୍ତି। ଏହାସହ ଆରମ୍ଭ ହୋଇଥିବା ସଂସଦ ଅଧିବେଶନରେ ବାର୍ଷିକ ବଜେଟ୍‌ ଉପସ୍ଥାପନ କରାଯାଇଥାଏ। ବଜେଟ୍‌ ଉପସ୍ଥାପନ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରାଯାଏ। ପରେ ଉପସ୍ଥାପିତ ବଜେଟକୁ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ପରୀକ୍ଷା ନିରୀକ୍ଷା ଲାଗି ସଂସଦକୁ ସ୍ଥଗିତ ରଖାଯାଏ।

ଷ୍ଟାଣ୍ଡିଂ କମିଟିଙ୍କ ବଜେଟ୍ ଅନୁଧ୍ୟାନ ପରେ ଦ୍ୱିତୀୟ ଅଧିବେଶନ କାଳରେ ବ୍ୟୟ ମଞ୍ଜୁରି ବିଧେୟକ ଗୃହରେ ଉପସ୍ଥାପନ କରାଯାଏ । ଚଳିତ ଲୋକସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହେବ।

Leave A Reply

Your email address will not be published.