ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରେ ମଙ୍ଗଳବାର ଦିନ ‘ଅକ୍ସିଜେନ୍ ଚେକିଂ କ୍ୟାମ୍ପେନ୍’ ଆରମ୍ଭ ହୋଇଛି। ଏହି ଅଭିଯାନ ସେପ୍ଟେମ୍ବର ୧୪ ଯାଏଁ ଚାଲିବ।
ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ସେ ଆଜି ହିଞ୍ଜିଳି ଏବଂ ଶେରଗଡା ବ୍ଲକ ଗସ୍ତରେ ଯାଇ ଏହା ଉପରେ ଉପରେ ନଜର ରଖିଛନ୍ତି।

ନୂଆ ସଂକ୍ରମଣ ଚିହ୍ନଟ କରିବା ପାଇଁ ଏହା ଏକ ପଦକ୍ଷେପ। ଏହାଛଡା ଗଞ୍ଜାମ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ରୋଗୀ, ଗର୍ଭବତୀ ମହିଳା ଏବଂ ବରିଷ୍ଠ ନାଗରିକଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ।
Comments are closed.