Latest Odisha News

BREAKING NEWS

[ଭିଡ଼ିଓ] ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣା: ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ଦାଖଲ

ପୁରୀ: ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣା। ଏହି ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଏହା ଫରେନସିକ୍ ଲ୍ୟାବକୁ ଦିଆଯାଇଛି ଯାଞ୍ଚ ପାଇଁ । ପୋଷ୍ଟମର୍ଟମ ରିପୋର୍ଟ ମେଳ ଖାଇବା ପରେ ଚିତ୍ତ ମର୍ଡରର ପର୍ଦ୍ଦାଫାଶ ହେବ। ଯାହା ଉପରେ ରହିଛି ସମସ୍ତଙ୍କ ନଜର ।

ଦୁଇ ଜଣିଆ ଡାକ୍ତରୀ ଟିମ୍ ମୃତ ଚିତ୍ତଙ୍କ ବ୍ୟବଚ୍ଛେଦ କରାଇଥିଲେ। ତା ସହିତ ଘଟଣାରେ ଅଟକ ଥିବା ବାକି ଲୋକଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ସମ୍ପୃକ୍ତି ନେଇ ଜଗନ୍ନାଥ ଷଡଙ୍ଗୀ, ସର୍ବେଶ୍ୱର ଜେନା, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଉମାକାନ୍ତ ପାଇକରାୟଙ୍କ ଭୁବନେଶ୍ୱରରେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି ।

ଫରେନସିକ୍ ରିପୋର୍ଟରୁ ନେଇ ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ଆସିବା ପରେ ଚିତ୍ତରଞ୍ଜନ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ ହେବ।

Leave A Reply

Your email address will not be published.