Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ ଗେମ୍ ଚେଞ୍ଜର ହେବେ ଉମରାନ୍ ମଲ୍ଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଯୁବ ଓ ଅଭିଜ୍ଞଙ୍କୁ ନେଇ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଆଇପିଏଲରେ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ମିଳିଛି ସୁଯୋଗ । ସମସ୍ତଙ୍କର ନଜର ଏବେ ଜମ୍ମୁ କାଶ୍ମୀର ସ୍ପିଡ ଷ୍ଟର ଉମରାନ୍ ମଲ୍ଲିକଙ୍କ ଉପରେ । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ପରେ ଟି-ଟ୍ୱେଣ୍ଟି ଟିକେଟ୍ ହାତେଇଛନ୍ତି । କୁହାଯାଉଛି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଗେମ୍ ଚେଞ୍ଜର ହୋଇପାରନ୍ତି ଉମରାନ୍ ।

୨୨ ବର୍ଷୀୟ ଉମରାନ ମଲ୍ଲିକ । କ୍ରିକେଟ ଖେଳିବା ପାଇଁ ତାଙ୍କୁ ବେଶ ସଂଘର୍ଷ କରିବାକୁ ପଡ଼ିଥିଲା । ତାଙ୍କ ବାପା ଫଳ ଓ ପନିପରିବାର ଦୋକାନ କରି ପରିବାର ଚଳାଉଛନ୍ତି । ୪ ବର୍ଷ ତଳେ ଗୁଜ୍ଜରନଗରରେ କଂକ୍ରିଟ ପିଚ୍ ଉପରେ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ ଉମରାନ୍ ।
ତାଙ୍କ ବାପା କହିଛନ୍ତି, ଉମରାନ କ୍ରିକେଟ ପାଗଳ ଥିଲା । ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସ୍ୱପ୍ନ ଦେଖୁଥିଲା । ଏପରିକି ସେ ଲୁଚି ଲୁଚି ବେଳେବେଳେ ପୁଅର ମ୍ୟାଚ୍ ଦେଖନ୍ତି । ଆଇପିଏଲରେ ସନ୍ ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିଲେ ଉମରାନ ମଲ୍ଲିକ ।

ଗତ ସିଜିନରେ ଟି. ନଟରାଜନ ଆହତ ହେବା ପରେ ହାଇଦ୍ରାବାଦ ଦଳରେ ତାଙ୍କୁ ସୁଯୋଗ ମିଳିଥିଲା । ମାତ୍ର ୩ଟି ମ୍ୟାଚ୍ ଖେଳିଥିଲେ । ତାଙ୍କର ପ୍ରତିଭାକୁ ଦେଖି ଚଳିତ ଆଇପିଏଲରେ ୪ କୋଟି ଟଙ୍କାରେ ରିଟେନ୍ କରିଥିଲାସନ୍ ରାଇଜର୍ସ ହାଇଦ୍ରାବାଦ ।

ଚଳିତ ଆଇପିଏଲରେ ନିଜ ଟ୍ୟାଲେଣ୍ଟ ଦେଖାଇଥିଲେ ଉମରାନ୍ ମଲ୍ଲିକ । ୧୩ ମ୍ୟାଚରୁ ୨୧ ଓ୍ୱିକେଟ ଅକ୍ତିଆର କରିଛନ୍ତି । ୨୫ ରନ୍ ଦେଇ ୫ଟି ୱିକେଟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ଉମରାନ୍ ହେଉଛନ୍ତି ଆଇପିଏଲରେ ଦ୍ରୁତତମ ଭାରତୀୟ ବୋଲର । ଆଗକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ ତାଙ୍କ ପାଖରୁ ଅଧିକ ୱିକେଟ୍ ଆଶା କରୁଛି ଟିମ୍ ଇଣ୍ଡିଆ ।

Leave A Reply

Your email address will not be published.