Latest Odisha News

ନନ୍ଦନକାନନରେ ଅତିଥିଙ୍କୁ ଆକ୍ରମଣ: ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ । ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଥାନାରେ ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ ବି କରାଯିବ ।

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ଭିଡିଓ ଏବେ ସାମନାକୁ ଆସିଛି । ସଫାରୀ କର୍ମଚାରୀ କିଭଳି ବାଡ଼ିରେ ଆକ୍ରମଣ କରିଥିଲେ ଭିଡିଓରେ ଦେଖିବାକୁ ମିଳିଛି । ଛତିଶଗଡରୁ ନନ୍ଦନକାନନ ବୁଲି ଆସିଥିବା ଗୋଟିଏ ପରିବାର ଏଭଳି ଆକ୍ରମଣର ଶିକାର ହୋଇଛନ୍ତି ।

ଅଭିଗୋଗ ହୋଇଛି, ସଫାରୀ କର୍ମଚାରୀଙ୍କ ଆକ୍ରମଣରେ ୧୦ରୁ ୧୫ଜଣ ହୋଇଛନ୍ତି । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ସେପଟେ ଆକ୍ରମଣ କରିଥିବା ସଫାରୀ କର୍ମଚାରୀଙ୍କ ପକ୍ଷରୁ ମଧ୍ୟ ଦିଆଯାଇଛି ପାଲଟା ଏତଲା । ପୋଲିସ କିଛି ଆକ୍ରମଣକାରୀଙ୍କ ଅଟକ ରଖି ପଚରାଉଚରା ବି କରିଛି ।

ପର୍ଯ୍ୟଟକ ଅଭିଯୋଗ କରିଛନ୍ତି, ସଫାରୀ ବୁକିଂ ପାଇଁ ଟଙ୍କା ନେଇ ବୁଲାଇ ନଥିଲେ କର୍ମଚାରୀ । ସମୟ ବିଳମ୍ବ ହେଲାଣି ଓ ଆଉ ଯାଇ ହେବନି କହିଥିଲେ । ଯାହାକୁ ନେଇ ଯୁକ୍ତିତର୍କରୁ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ।

ସେପଟେ ସଫାରୀ କର୍ମଚାରୀ ପାଲଟା ଅଭିଯୋଗ କରିଛନ୍ତି ଯେ, ପର୍ଯ୍ୟଟକମାନେ ବିଳମ୍ବରେ ଆସି ଟିକେଟ କାଟିବାକୁ ବାଧ୍ୟ କରିଥିଲେ । ଆଉ ଟିକେଟ୍ ହୋଇପାରିବନି କହିବାରୁ ହାତ ଉଠାଇଥିଲେ । ଏଥିସହ ଅଫିସ ଭିତରେ ପଶି ହୋ ହଲ୍ଲା କରିଥିଲେ ।

Leave A Reply

Your email address will not be published.