ମାଲକାନଗିରି: ମାସା ମାସ ଧରି ମଣ୍ଡିରେ ପଡି ରହିଛି ଧାନ । ତାଲାବନ୍ଦ ଭିତରେ ଖୋଲା ଆକାଶ ତଳେ ପଡି ରହିଥିବା କ୍ୱିଂଟାଲ କ୍ୱିଂଟାଲ ଧାନ ବର୍ଷାରେ ଭିଜି ଗଜା ହେଲାଣି । ଏହାକୁ ନେଇ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ଚାଷୀର ବର୍ଷ ଯାକର ପରିଶ୍ରମ ପାଣିରେ ଭାସି ଯାଉଛି । ବସ୍ତା ବସ୍ତା ଧାନ ବର୍ଷାରେ ଓଦା ହୋଇ ନଷ୍ଟ ହୋଇଯାଇଥିବା ଦେଖି ଚାଷୀର ଦେହ ସହୁନି ।
ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ଅଂଚଳରେ । ଖଇରପୁଟ ବ୍ଲକ୍ ନିୟନ୍ତ୍ରିତ ବଜାର କମିଟି ପରିସରରେ ଏବେ ନଷ୍ଟ ହୋଇଯାଇଥିବା ଧାନକୁ ଶୁଖାଇବାରେ ଲାଗି ପଡ଼ିଛନ୍ତି ଚାଷୀ । ଖରିଫ ମଣ୍ଡି ଚାଲି ଥିବା ବେଳେ ଚାଷୀମାନେ ଏହି ଧାନ ଆଣିଥିଲେ । କିନ୍ତୁ ଟୋକନ୍ ମିଳିବାରେ ସମସ୍ୟା ଯୋଗୁ ବିକି ପାରିନଥିଲେ । ବାଧ୍ୟହୋଇ କମିଟି ପରିସରରେ ରଖିଥିଲେ । କେଇଦିନ ତଳେ ହୋଇଥିବା ବର୍ଷାରେ ତାହା ସମ୍ପୂର୍ଣ୍ଣ ଓଦା ହୋଇ ଗଜା ହୋଇଯାଇଛି ।
ସେପଟେ ମଣ୍ଡିରେ ଧାନ ନଷ୍ଟ ହେଉଥିଲେ ବି ଲକଡାଉନ୍ର ଆଳ ଦେଖାଇ ଚାଷୀଙ୍କ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଧାନ କ୍ରୟ ପ୍ରକ୍ରିୟା ଶେଷ ହୋଇଛି । ହେଲେ ଟୋକନ ପାଇଥିବା ଚାଷୀ ଧାନ ବିକ୍ରି ପାଇଁ ଆଜି ବି ମଣ୍ଡିରେ ଅପେକ୍ଷା କରିଛନ୍ତି । ଧାନ ଘରକୁ ଫେରାଇ ନେବାକୁ ଲ୍ୟାମ୍ପସ କର୍ତୃପକ୍ଷ କହୁଥିବା ଅଭିଯୋଗ କରିଛନ୍ତି ଚାଷୀ ।
BREAKING NEWS
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍

Comments are closed.