Latest Odisha News

BREAKING NEWS

ନଭେମ୍ବର ୧ରୁ ଖରିଫ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ଧାନ କ୍ରୟ ଆସନ୍ତା ନଭେମ୍ବର ୧, ୨୦୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧, ୨୦୨୬ ଯାଏଁ ଚାଲିବ।

କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ। ଏଥି ପାଇଁ ଚାଷୀ ମାନେ ନିକଟସ୍ଥ ଅନୁମୋଦିତ PACS /LAMPCS/WSHG /Pani Panchayat ମାନଙ୍କ ଜରିଆରେ ଆଗୁଆ ପଞ୍ଜିକରଣ କରିପାରିବେ।

ଚଳିତ ଖରିଫ ଋତୁରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ ନୂତନ ଭାବେ ହେବ। ଚାଷୀ ଏବଂ ଭାଗଚାଷୀଙ୍କ ଆଧାର e-KYC ମାଧ୍ୟମରେ ଚାଷୀ ପଞ୍ଜିକରଣ କରାଯିବ। ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକ ମାତ୍ର ପରିଚୟ ପତ୍ର। ଧାନ ବିକ୍ରୟ ସମୟରେ ‘ଆଧାର’ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ (e-KYC) ପ୍ରକ୍ରିୟା ଅବଲମ୍ବନ କରାଯିବ।

ଭାଗଚାଷୀ ମାନଙ୍କ ପାଇଁ ଜମି ମାଲିକଙ୍କ ସହମତି ପତ୍ର ଏବଂ ମୃତ କିମ୍ବା ଯୁଗ୍ମ ପଟ୍ଟା କ୍ଷେତ୍ରରେ ଖାତାଦାରଙ୍କ ସହମତି ପତ୍ରକୁ P-PAS ରେ ଅପଲୋଡ଼ କରିବାକୁ ପଡିବ। ପଞ୍ଜିକୃତ ଚାଷୀଙ୍କୁ, ଚାଷୀ ପଞ୍ଜିକରଣର Acknowledgement Slip ପ୍ରଦାନ କରାଯିବାର ବ୍ୟବସ୍ତା କରାଯାଇଅଛି। ଆଧାର e -KYC ହୋଇଥିବା ବ୍ୟାଙ୍କ ଖାତା ଜରିଆରେ ଧାନ ବିକ୍ରୟରେ ପ୍ରାପ୍ୟ ପ୍ରଦାନ କରାଯିବ। କ୍ରୟକାରୀ ସମିତି(ପ୍ୟାକ୍ସ /ଲ୍ୟାମ୍ପ୍ସ/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ପାଣି ପଞ୍ଚାୟତ)ମାନେ ଅଧିକରୁ ଅଧିକ ପ୍ରକୃତ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଏବଂ ଭାଗଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଇବେ।

 

Comments are closed.