Latest Odisha News

BREAKING NEWS

ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ ଭରଣା କରିବେ ଦେବଦତ ପାଡିକ୍କଲ

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡ ଓ ଚେତେଶ୍ୱର ପୂଜାରାଙ୍କ ପରେ ଭାରତୀୟ ଟେଷ୍ଟ କ୍ରିକେଟ ଟିମର ୩ ନମ୍ବର ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ମିିଳିପାରୁ ନ ଥିଲେ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦେବଦତ ପାଡିକ୍କଲ ୨ଟି ଶତକ ମାରି ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ ସେ ଭରଣା କରିବେ ବୋଲି ଆଶା କରାଯାଉଛି । ଚେତେଶ୍ୱର ପୂଜାରାଙ୍କ ପରେ ଭାରତ ୩ ନମ୍ବର ସ୍ଥାନ ପାଇଁ ଶୁଭମନ ଗିଲ୍, ସାଇ ସୁଦର୍ଶନ, କେ.ଏଲ୍. ରାହୁଲ, ୱାଶିଂଟନ୍ ସୁନ୍ଦର ଓ କରୁଣ ନାୟରଙ୍କ ଭଳି ଅନେକ ଖେଳାଳିଙ୍କୁ ସୁଯୋଗ ଦେଇଥିଲା । ଗିଲ୍ ୪ ନମ୍ବର ସ୍ଥାନକୁ ଆସିବା ଏବଂ ସାଇ ସୁଦର୍ଶନ ଆହତ ହେବା ପରେ ପଡିକ୍କଲଙ୍କୁ ସୁଯୋଗ ମିଳିଥିଲା, ଯାହାର ସେ ପୂରା ଫାଇଦା ଉଠାଇଛନ୍ତି । ଶ୍ରୀଲଙ୍କା ସିରିଜ୍‌ରେ ପଡିକ୍କଲ ଗଲ ଟେଷ୍ଟରେ ୧୬୭ (ପ୍ରଥମ ଇନିଂସ) ଓ ୪୪ ରନ୍, ଏବଂ କଲମ୍ବୋ ଟେଷ୍ଟରେ ୧୧୭ ରନ ।

ପଡିକ୍କଲ ଶ୍ରୀଲଙ୍କା ସ୍ପିନରଙ୍କ ବିପକ୍ଷରେ ଫ୍ରଣ୍ଟଫୁଟ୍ ବଦଳରେ ବ୍ୟାକ୍‌ଫୁଟ୍ କୌଶଳର ଭଲ ବ୍ୟବହାର କରିଥିଲେ । ନିଜର ୬ ଫୁଟ୍ ୩ ଇଞ୍ଚ ଉଚ୍ଚତାର ଫାଇଦା ଉଠାଇ ସେ ଲେନ୍ଥ ବଲ୍‌ଗୁଡ଼ିକରେ ବ୍ୟାକ୍‌ଫୁଟ୍‌ରୁ କଟ୍, ପଞ୍ଚ୍ ଓ ପୁଲ୍ ଶଟ୍ ମାରି ରନ୍ ସଂଗ୍ରହ କରିଥିଲେ । ସୁଦର୍ଶନ ମଧ୍ୟ ସ୍ପିନ୍ ବିପକ୍ଷରେ ବ୍ୟାକ୍‌ଫୁଟ୍ ବ୍ୟବହାର କରନ୍ତି, କିନ୍ତୁ ପଡିକ୍କଲ ବ୍ୟାକ୍‌ଫୁଟ୍ ଶଟ୍‌ଗୁଡ଼ିକରେ ଭଲ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ କରିବାରେ ସଫଳ ହୋଇଛନ୍ତି । ପଡିକ୍କଲଙ୍କ କ୍ରମାଗତ ଦୁଇଟି ଶତକ ୩ ନମ୍ବର ସ୍ଥାନ ପାଇଁ ତାଙ୍କ ଦାବିକୁ ଅଧିକ ମଜବୁତ୍ କରିଛି । ୨୦୨୫-୨୬ ଫାଷ୍ଟ-କ୍ଲାସ୍ ସିଜନ୍‌ରେ ୮୧୨ ରନ୍ କରିଥିଲେ, ଯେଉଁଥିରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୫୦ ଏବଂ ରଣଜୀ ଟ୍ରଫି ସେମିଫାଇନାଲ୍‌ରେ ୨୩୨ ରନ୍‌ର ଇନିଂସ ସାମିଲ ଥିଲା  । ଗଲ୍ ଟେଷ୍ଟର ୧୬୭ ରନ୍‌ର ଇନିଂସକୁ ପ୍ରଶଂସା କରି ଦ୍ରାବିଡ଼ କହିଛନ୍ତି ଯେ ସୁଯୋଗର ସଠିକ୍ ବ୍ୟବହାର କରି ପଡିକ୍କଲ ୩ ନମ୍ବର ସ୍ଥାନରେ ନିଜକୁ ପ୍ରମାଣିତ କରିଛନ୍ତି । ଚେତେଶ୍ୱର ପୂଜାରାଙ୍କ ମତରେ, ଘରୋଇ କ୍ରିକେଟ୍ ଫର୍ମ ଓ ଶ୍ରେଷ୍ଠ ଟେକ୍ନିକ୍ ବଳରେ ପଡିକ୍କଲ ୩ ନମ୍ବର ସ୍ଥାନରେ ଦୀର୍ଘ ସମୟ ଖେଳିବାର ଯୋଗ୍ୟତା ରଖିଛନ୍ତି ।

Leave A Reply

Your email address will not be published.