ନୂଆଦିଲ୍ଲୀ: ଚାରିଆଡେ ସମସ୍ତଙ୍କୁ ଘାରିଛି କରୋନାର କୋକୁଆ ଭୟ । ଏଥିଲାଗି ସମ୍ମାନଜନକ ପଦ୍ମ ପୁରଷ୍କାର ସମାରୋହ ସ୍ଥଗିତ କରାଯାଇଛି । ଆସନ୍ତା ଏପ୍ରିଲ ୩ ତାରିଖରେ ରାଷ୍ଟ୍ରପତି ଭବନରେ ହେବାକୁଥିବା ଏହି ସମାରୋହକୁ ବାତିଲ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପୁରସ୍କାର ସମାରୋହକୁ ଘୁଂଚାଇ ଦିଆଯାଇଥିବା ନେଇ ଗୃହ ବିଭାଗର ଉପସଚିବ ଦୀପକ କୁମାର ସୂଚନା ଦେଇଛନ୍ତି ।
ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ୧୪୧ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୬ ଜଣଙ୍କୁ ପଦ୍ମଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଲାଗି ଚୟନ କରାଯାଇଥିଲା । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ମନୋନୀତ ବ୍ୟକ୍ତିତ୍ୱଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା।
ଦେଶରେ କରୋନାର କାୟା ଧୀରେ ଧୀରେ ବିସ୍ତାର ହେବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫ରେ ପହଂଚିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ପଦ୍ମ ପୁରସ୍କାର ସମାରୋହକୁ କେନ୍ଦ୍ର ସରକାର ବାତିଲ କରିଛନ୍ତି ।
BREAKING NEWS
- ଆଦର୍ଶ ଆଚରଣବିଧି ଉଲ୍ଲଂଘନ ସଂକ୍ରାନ୍ତୀୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ
- ୨୬ ସହର ରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ପାରଦ, ୪୪.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର
- ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ଓହରିଲେ କରୀନା
- ପୁରୀରେ ନାମାଙ୍କନ ଭରିଲେ ହେଭିଓ୍ବେଟ୍ ନେତା
- ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବାସନ୍ତୀ ହେମ୍ବ୍ରମ
- ଆଇସିସି ର୍ୟାଙ୍କିଙ୍ଗ: ଦିନିକିଆ, ଟି୨୦ରେ ଭାରତ ନମ୍ବର ୱାନ
- ଦିନକ ପରେ ପୁଣି ଫେରିଲା ତାତି, ୪୧ ଟପିଲା ତାପମାତ୍ରା
- ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ
- ଜିଏସଟି ଆକ୍ଟ ; କେନ୍ଦ୍ରକୁ ଡାଟା ମାଗିଲେ ସୁପ୍ରିମକୋର୍ଟ
- ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୭ ଜଣ ଯବାନ ଆହତ