Latest Odisha News

BREAKING NEWS

ପଦ୍ମଶ୍ରୀ ବିଜେତା କମଳା ପୂଜାରୀ ମେଡିକାଲରେ ଭର୍ତ୍ତି

ଜୟପୁର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀ ଅସୁସ୍ଥତା ଅନୁଭବ କରିବା ପରେ ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲାର ଜୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ, ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିବାବେଳେ ଏବେ ଡାକ୍ତରଖାନାର ଏକ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣାପଡିଛି।

କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମର ମୂଳ ବାସିନ୍ଦା କମଳା ପୂଜାରୀଙ୍କୁ କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ଏହି ପଦ୍ମଶ୍ରୀ ସମ୍ମାନ ନିମନ୍ତେ ତାଙ୍କ ନାମ ମନୋନୀତ କରାଯାଇଥିଲା । ସେ ବିଭିନ୍ନ ଗବେଷଣା କରିବା ସହ ଅନ୍ୟ ପ୍ରକାର ଶସ୍ୟ ଆବିଷ୍କାର କରିବାରେ ସଫଳ ହୋଇପାରିଥିଲେ ।

ଆହୁରି ମଧ୍ୟ ତାଙ୍କୁ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାରେ ‘ଇକ୍ୱେଟର ଇନିସିଏଟିଭ୍ ଆୱାର୍ଡ’ ସମ୍ମାନ ମିଳିଥିଲା ।

Comments are closed.