Latest Odisha News

BREAKING NEWS

‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଆ ଜାତିର ସ୍ୱାଭିମାନର ସଙ୍ଗୀତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି କ୍ୟାବିନେଟ୍ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଆ ସାହିତ୍ୟର ମଉଡ଼ମଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହା ହେଉଛି କାଳଜୟୀ ସୃଷ୍ଟି । ଏଥିରେ ଭରି ରହିଛି ଅଫୁରନ୍ତ ଶକ୍ତି, ସୌନ୍ଦର୍ଯ୍ୟ ଓ ଆଗକୁ ବଢିବାର ପ୍ରେରଣା।

ସାଢେ ୪କୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି। ମେ ୩୦ରେ ସାରା ବିଶ୍ବରେ ଓଡ଼ିଆମାନେ ଏହି ସଂଗୀତ ଗାନ କରିଥିଲେ । ଓଡ଼ିଆଙ୍କ ଜାତି ପ୍ରେମର ନିଦର୍ଶନ ଅତୁଳନୀୟ । ଏକତାନରେ ବନ୍ଦେ ଉତ୍କଳ ଜନନୀ ଗାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।

Leave A Reply

Your email address will not be published.