Latest Odisha News

BREAKING NEWS

ବାଲୁକା କଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଝଡ଼ର ଇଗଲଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ସାଧାରଣ ଜନତା । ଝୁରୁଛନ୍ତି ସେହି ମହାନ ଜନନାୟକ ବିଜୁବାବୁଙ୍କୁ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ ତମ ଜୟନ୍ତୀ । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଜୁବାବୁଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଟଲ୍ ମ୍ୟାନ ବିଜୁବାବୁଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ । ଲେଖିଛନ୍ତି- ବିଜୁବାବୁ ଜଣେ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ । ସେ ଆଧୁନିକ ଓଡ଼ିଶାର ସ୍ଥାପତ୍ୟ । ତାଙ୍କ ଜୟନ୍ତୀରେ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମନେ ପକାଉଛି ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି- ଭବିଷ୍ୟତର ଭାରତ ଲାଗି ବିଜୁବାବୁଙ୍କ ଦୃଷ୍ଟିକୋଣ ଅନନ୍ୟ ଥିଲା । ତାଙ୍କର ମାନବ ସଶକ୍ତିକରଣ ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଆମକୁ ପ୍ରେରଣା ଦେଉଛି । ଆଧୁନିକ ଓଡ଼ିଶାର ନିର୍ମାଣ ଲାଗି ତାଙ୍କ ଅବଦାନକୁ ନେଇ ଦେଶ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.