Latest Odisha News

BREAKING NEWS

ଆସାମରେ ବିଜେପି, ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ

ନୂଆଦିଲ୍ଲୀ: ଆଗାମୀ ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ସହଯୋଗୀ ଦଳଙ୍କ ମଧ୍ୟରେ ସିଟ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ୯୨ ଆସନରେ, ଆସାମ ଗଣପରିଷଦ ୨୬ ଏବଂ ୟୁପିପିଏଲ ୮ଟି ଆସନରେ ଲଢ଼ିବେ । ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଆସାମରେ ୩ଟି ପର୍ଯ୍ୟାୟରେ ୧୨୬ ବିଧାନସଭା ସିଟ ପାଇଁ ମତଦାନ ହେବ ।

୨୦୧୬ ନିର୍ବାଚନରେ ବିଜେପି ୬୦ ଏବଂ ସହଯୋଗୀ ଦଳ ୧୨ ଆସନରେ ଜିତିଥିଲେ । ଏଥର କିନ୍ତୁ ବିପିଏଫ ବିଜେପି ସହ ମେଂଟ ଚ୍ଛିନ୍ନ କରି କଂଗ୍ରେସ ଏବଂ ଏଆଇୟୁଡିଏଫ ସହ ମିଳିତ ଭାବେ ଲଢ଼ିବ ।

Leave A Reply

Your email address will not be published.