Latest Odisha News

BREAKING NEWS

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣା, ୫୦ରୁ ଉର୍ଦ୍ଧ୍ଵ ମହିଳା ଗିରଫ

ଭୁବନେଶ୍ଵର: ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ପୁରୁଷଙ୍କ ପରେ ପଡିଲା ମହିଳାଙ୍କ ପାଳି । ଆଜି ୫୩ ଜଣ ମହିଳା ଓ ୩ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ୭୭ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ୫୬ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୧୩୩ରେ ପହଞ୍ଚିଛି ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧ତାରିଖରେ ଗାଡି ସାଇଡ ମରାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ପରେ ଗତ ୨୭ ତାରିଖରେ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଓ ବୋତଲ ମାଡ ହୋଇଥିଲା । ଏଥିରେ ଏକାଧିକ ଲୋକ ଆହତ ହୋଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ପ୍ରଥମ ଥର ଗଣ୍ଡଗୋଳରେ ୧୨ ଜଣ ଗିରଫ ହୋଇଥିବା ବେଳେ ଦ୍ଵିତୀୟ ଥର ଗଣ୍ଡଗୋଳରେ ୭୭ ଜଣ ଗିରଫ ହୋଇଥିଲେ । ତେବେ ଗଣ୍ଡଗୋଳର ପ୍ରକୃତ କାରଣ ଏଯାବତ୍ ଜଣାପଡିନଥିବା ବେଳେ ଏହା ପଛରେ ରାଜନୈତିକ କାରଣ ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.