Latest Odisha News

BREAKING NEWS

ଛତିଶଗଡ ନିର୍ବାଚନ ପୂର୍ବରୁ ରକ୍ତମୁଖା ଲାଲବାହିନୀ: ପୋଲିସ ଇନଫର୍ମର ସନ୍ଦେହରେ ୩ ଜଣଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ନିଜର ସ୍ଥିତି ଜାହିର କଲେ ଲାଲବାହିନୀ । ଛତିଶଗଡ ସୀମାନ୍ତ ବସ୍ତର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୩ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ୪ ଦିନ ପୂର୍ବରୁ ମୁର୍ଖେଣ୍ଡି ଗାଁର ତିନିଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଉଠାଇ ନେଇଥିଲେ । ପ୍ରଥମେ ମାଓବାଦୀମାନେ ଏମାନଙ୍କୁ ଛତିଶଗଡ-ମହାରାଷ୍ଟ୍ର ବୋର୍ଡର ପାଖଞ୍ଜୁରରୁ ଅପହରଣ କରିନେଇଥିଲେ ।

ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଥିଲେ ।  ନଭେମ୍ବର ୭ ଏବଂ ୧୭ ତାରିଖରେ ଅନୁଷ୍ଠିତ ହେବ ଛତିଶଗଡ ନିର୍ବାଚନ । ଏଥିଲାଗି ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି । ତା ପୂର୍ବରୁ ମାଓବାଦୀମାନେ ଘଟାଇଛନ୍ତି ଏଭଳି ନୃଶଂସକାଣ୍ଡ  । ଏ ନେଇ ଓଡିଶା ସୀମାରେ ହାଇ ଆଲର୍ଟ ମଧ୍ୟ ଜାରି ହୋଇଛି। ଯାହା ଅଞ୍ଚଳରେ କୋକୁଆଭୟ ପରିସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.