ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିମ ଶର୍ମା ଓ ଭେଟେରାନ ଟେନିସ ଖେଳାଳି ଲିଆଣ୍ଡର ପେସ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୀର୍ଘ ସମୟ ହେବ ଉଭୟଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟ କୋର୍ଟ ମ୍ୟାରେଜ କରିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । କିମ ଶର୍ମାଙ୍କ ଏହା ଦ୍ୱିତୀୟ ଏବଂ ପେସଙ୍କ ତୃତୀୟ ବିବାହ ହେବ । ୨୦୧୦ରେ କିମ ବ୍ୟବସାୟୀ ଅଲୀ ପୁନଜାନିଙ୍କୁ ବିବାହ କରିଥିଲେ । ୬ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା ।
ଅପରପକ୍ଷରେ ପେସ ପ୍ରଥମେ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ ବିବାହ କରିଥିଲେ । ଯାହା ମାତ୍ର ୩ ବର୍ଷରେ ଭାଙ୍ଗି ଯାଇଥିଲା । ଏହା ପରେ ସଞ୍ଜୟ ଦତଙ୍କ ପୂର୍ବତନ ପତ୍ନୀ ରିୟା ପିଲ୍ଲାଇଙ୍କୁ ବିବାହ କରିଥିଲେ । ୨୦୧୪ରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ । କିମ ଏବଂ ପେସଙ୍କ ପରିବାର ଏହି ବିବାହ ନେଇ ରାଜିଥିବା ଜଣାପଡିଛି । ତେବେ ଏହି ବିବାହ କେତେ ଦିନ ସ୍ଥାୟୀ ରହୁଛି ତାହା ଦେଖିବା କଥା ।
Comments are closed.