Latest Odisha News

BREAKING NEWS

୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

ଭୁବନେଶ୍ବର: ଓଡ଼ିଶା ସରକାର ଶନିବାର ଦିନ ୧୯୯୬ ବ୍ୟାଚର ତିନି ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ) ପଦବୀକୁ ଉନ୍ନୀତ କରିଛନ୍ତି। ଆଇଏଏସ ପେ ମାଟ୍ରିକ୍ସର ସର୍ବୋଚ୍ଚ ଗ୍ରେଡ୍ (ସ୍ତର-୧୭)କୁ ପଦୋନ୍ନତିର ଏକ ଅଂଶ ଭାବରେ ଏହି ନିଷ୍ପତ୍ତି…

ଅଷ୍ଟ୍ରେଲିଆନ ଓପନ ଟେନିସ: ର‌୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ

ମେଲବୋର୍ଣ୍ଣ: କାଜକସ୍ତାନର ଏଲେନା ର‌୍ୟାବକିନା ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଆରିୟାନା ସାବଲେଙ୍କାଙ୍କୁ ୬-୪, ୪-୬ ଓ ୬-୪ ସେଟରେ ପରାସ୍ତ କରିଥିଲେ । ର‌୍ୟାବକିନା ପ୍ରଥମ ସେଟକୁ ଜିତିବା ପରେ ସାବଲେଙ୍କା ଜବରଦସ୍ତ…

ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…

ତେହେରାନ: ଇରାନକୁ ଏକ ବଡ଼ ବିସ୍ଫୋରଣ ଘଟିଛି। ଶନିବାର ଦିନ ବନ୍ଦର ଆବାସର ହର୍ମୋଜଗାନ ପ୍ରଦେଶରେ ହୋଇଥିବା ବଡ଼ ବିସ୍ଫୋରଣ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ବନ୍ଦର ଆବାସର ଆଜାଡେଗାନ ଜିଲ୍ଲାର ଏକ ଆବାସିକ କୋଠାରେ ଗ୍ୟାସ ଲିକ୍ ହୋଇଛି। ଏପର୍ଯ୍ୟନ୍ତ ଚାରି…

୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ

ଭୁବନେଶ୍ବର:ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ । ଢେଙ୍କାନାଳ ଗଜମରାରେ ସ୍ଥାପନ ହେବ ବଡ଼ ପ୍ରକଳ୍ପ । ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ଏରୋସ୍ପେସ ସାମଗ୍ରୀ । ୧୭ ହଜାର ୨୫୦ କୋଟି ଟଙ୍କା ନିବେଶ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷରେ ୨୦ ହଜାର ନିଯୁକ୍ତ…

ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧ ତାରିଖ ରବିବାର ଦିନ ପଞ୍ଜାବର ଜଳନ୍ଧର ଗସ୍ତ କରିବାର ଯୋଜନା ରହିଛି। ସେଠାରେ ସେ ଡେରା ସଚଖଣ୍ଡ ବଲ୍ଲାନର ଧାର୍ମିକ ସ୍ଥଳରେ ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ତାଙ୍କ ଗସ୍ତ ପୂର୍ବରୁ ସହରରେ ଇମେଲ୍ ମାଧ୍ୟମରେ ଜଳନ୍ଧର ଏବଂ…

ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ 

ଭୁବନେଶ୍ୱର: ବରିଷ୍ଠ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ କେ. ମୁରୁଗେସାନଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଏବଂ ବନ ବାହିନୀ (HoFF) ଭାବରେ ଓଡ଼ିଶା ସରକାର ଶନିବାର ଦିନ ନିଯୁକ୍ତ ଦେଇଥିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା…

Puri Drowning: ଚକ୍ରତୀର୍ଥ ରୋଡ୍‌ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…

ପୁରୀ:ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଲା ମା’ ଓ ପୁଅଙ୍କ ଜୀବନ। ମୃତ ମା’ ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା । ସୂଚନାମୁତାବକ, ଆଜି ସକାଳେ କୁସୁମ ଓ ଅଙ୍କିତ ପରିବାରବର୍ଗଙ୍କ ସହ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ…

ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ

ଭୁବନେଶ୍ୱର: ହାତୀ ମୃତ୍ୟୁ ମାମଲାରେ ବାଲିଗୁଡ଼ା ବନ ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ) ସୂର୍ଯ୍ୟକାନ୍ତ ବେହେରାଙ୍କୁ ବନ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଛି। ତେବେ ୨୪ ଜାନୁଆରୀରେ ବ୍ରହ୍ମପୁର ସର୍କଲର RCCF ଦ୍ୱାରା ଦାଖଲ…

ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ

ଜାମସେଦପୁର: ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଝାରଖଣ୍ଡ ବିପକ୍ଷରେ ଓଡିଶା ୨୨୧ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା ୮ ୱିକେଟ ହରାଇ ୨୦୨ ରନ କରିଛି । ଗୋବିନ୍ଦ ପୋଦ୍ଦାର ୨୨ ରନ କରି ଅପରାଜିତ ରହିଛନ୍ତି ।…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର

ମୁମ୍ବାଇ: ଦିବଙ୍ଗତ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁ ପରେ ବିଧାନସଭା ଭବନରେ ଅନୁଷ୍ଠିତ ଏକ ବୈଠକରେ ସର୍ବସମ୍ମତି କ୍ରମେ ଦଳର ବିଧାୟକ ନେତା ଭାବରେ ସୁନେତ୍ର ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁନେତ୍ର ପାୱାର ୨୦୨୪ ଲୋକସଭା…