Latest Odisha News

BREAKING NEWS

‘୧୯ ବର୍ଷ ପରେ ପୁଣି ଦେଖା ହେଲା’

ମୁମ୍ବାଇ: ୧୯ ବର୍ଷ ପରେ ପୁଣି ଏକାଠି ହେଲେ 'ଆର୍ଯ୍ୟ' ଯୋଡ଼ି ! ଫିଲ୍ମଫେୟାର ଆୱାର୍ଡସରେ ଅଲ୍ଲୁ ଅର୍ଜୁନ ଓ କାଜଲଙ୍କ ଧମାକା ପୁଷ୍ପା-୨ ପାଇଁ 'ବେଷ୍ଟ ଆକ୍ଟର' ଆୱାର୍ଡ ଜିତିଲେ ଅଲ୍ଲୁ ଦକ୍ଷିଣ ଭାରତୀୟ ସିନେମାର ଦୁଇ ବଡ଼ ତାରକା, ଆଇକନ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବଂ କାଜଲ୍ ଅଗ୍ରୱାଲ୍ ।…

Pakistan Afghanistan War: ମୁନିର ଏବଂ ଶାହବାଜଙ୍କ ପ୍ରଶଂସାରେ ସତମୁଖ ଟ୍ରମ୍ପ୍, ପାକିସ୍ତାନ-ଆଫଗାନିସ୍ତାନ ବିବାଦ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ସଂଘର୍ଷ ସମ୍ପର୍କରେ ଏକ ପ୍ରମୁଖ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆବଶ୍ୟକ ହେଲେ ଆମେରିକା ଏହି ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ। ତଥାପି, ସେ ଏହା ମଧ୍ୟ କହିଛନ୍ତି…

‘ସାଇବର କବଚ’କୁ ସଫଳତା; ୨ ଝାଡ଼ଖଣ୍ଡୀ ସାଇବର ଠକଙ୍କ ସମେତ ୫ଗିରଫ

ବଡ଼ବିଲ:ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ "ସାଇବର କବଚ"ଜାରି ରହିଛି । ଚମ୍ପୁଆ ପୋଲିସ୍ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ୧୩ଟି ଡେବିଟ୍ କାର୍ଡ, ୨ଟି ପାନ୍ କାର୍ଡ ଓ ୬ଟି ମୋବାଇଲ୍ ଫୋନ୍ ଜବତ କରିଛି । ସେମାନେ ହେଲେ ଝାଡ଼ଖଣ୍ଡ ଚାଇଁବାସା ଥାନା ବଡ଼ବିଲ ଅଞ୍ଚଳର…

India-Canada relations: ୪ ଦିନିଆ ଭାରତ ଗସ୍ତରେ କାନାଡା ପ୍ରଧାନମନ୍ତ୍ରୀ;ଜାଣନ୍ତୁ କାହିଁକି ଏହି ଗସ୍ତ…

ମୁମ୍ବାଇ:କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀ ଭାରତରେ ପହଞ୍ଚିଛନ୍ତି। ସେ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ରହିବେ। ଶୁକ୍ରବାର ଦିନ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ପତ୍ନୀ ଡାଏନା ଫକ୍ସ କାର୍ନିଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି ।…

Odisha Education: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ

ଭୁବନେଶ୍ୱର:ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଦେଇଛନ୍ତି । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ ଖୋଲା ଯିବ । ସୂଚନାଥାଉକି, ସୋନପୁରରେ ମତ୍ସ୍ୟ ବିଜ୍ଞାନ…

ଗୀତ ଗୋବିନ୍ଦ ସଦନରେ ମନୋଜ ଦାସ ଜୟନ୍ତୀ

ଭୁବନେଶ୍ୱର: ମନୋଜ ଦାସଙ୍କ ଭାଷାରେ, ଭାବରେ, ଚରିତ୍ର ଚିତ୍ରଣରେ ଉତ୍ତୁଙ୍ଗ ପରିପକ୍ୱତା ପରିଲକ୍ଷିତ ହୁଏ। ନିସର୍ତ୍ତ ଭାବରେ ମଣିଷକୁ ସ୍ବାଗତ କରିବା, ମଣିଷର ଅସହାୟତାକୁ, ବିଷାଦକୁ, ଶୋକକୁ ଉପସ୍ଥାପନ କରିବାରେ ସେ ଓସ୍ତାଦ୍ ଥିଲେ। ମନୋଜ ଦାସ ଜଣେ ବିରଳ ଶିଳ୍ପୀ। ଯିଏ ବିଷାଦର ଚମତ୍କାର…

Green Hydrogen Jetty at Paradip: ପାରାଦ୍ୱୀପ ବନ୍ଦରରେ ଗ୍ରୀନ୍ ହାଇଡ୍ରୋଜେନ୍ ଜେଟିକୁ ଅନୁମୋଦନ;ପିଏମଙ୍କୁ…

ଭୁବନେଶ୍ବର:ପାରାଦ୍ୱୀପ ବନ୍ଦରରେ ଏଣିକି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ଭଳି ପରିବେଶ ଅନୁକୂଳ ଜାଳେଣିର କାରବାର ହେବ। ଏଥିପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ୭୯୭.୧୭ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଜେଟି (Jetty) ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।…

ପ୍ରଥମ ରଣଜୀ ଟ୍ରଫି ଟାଇଟଲର ନିକଟତର ହେଲା ଜମ୍ମୁ-କଶ୍ମୀର

ହୁବୁଳି: ଚଳିତ ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଜମ୍ମୁ-କଶ୍ମୀର ପ୍ରଥମ ଟାଇଟଲର ନିକଟତର ହୋଇଛି । କର୍ଣ୍ଣାଟକ ବିପକ୍ଷ ଫାଇନାଲରେ ଜମ୍ମୁ-କଶ୍ମୀର ସୁବିଧାଜନକ ସ୍ଥିତିରେ ରହିଛି । ୪ର୍ଥ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଜମ୍ମୁ-କଶ୍ମୀର ୪୭୭ ରନର ଅଗ୍ରଣୀ ହାସଲ କରି…

ମାର୍ଚ୍ଚ ୧ରେ ‘କଟକ ଦହିବରା ଆଳୁଦମ ଦିବସ’;ବାଲିଯାତ୍ରା ତଳ ପଡିଆରେ ଉତ୍ସବର ଆୟୋଜନ

କଟକ: ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା କଟକିଆଙ୍କର ଆବେଗ ଓ ସାଂସ୍କୃତିକ ପରିଚୟର ଅଂଶ। ଏହି ଲୋକପ୍ରିୟ ଓ ପାରମ୍ପରିକ ଖାଦ୍ୟକୁ ନେଇ ସହରର ଭାବନାକୁ ଆହୁରି ଗାଢ଼ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘କଟକ ଦହିବରା ଆଳୁଦମ ଦିବସ’ ପାଳନ କରାଯିବ।…

ଟି୨୦ ବିଶ୍ୱକପ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ହେନେରୀ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଅଧାରୁ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ମ୍ୟାଟ୍ଟ ହେନେରୀ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କ ପତ୍ନୀ ହ୍ୟାଲୀ ଦ୍ୱିତୀୟ ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛିନ୍ତି । ପତ୍ନୀଙ୍କ ସହ ରହିବା ପାଇଁ ହେନେରୀ ସ୍ୱଦେଶ ଯାଇଛନ୍ତି । ନ୍ୟୁଜିଲାଣ୍ଡ…