Latest Odisha News

BREAKING NEWS

୩ ବର୍ଷିଆ LLB ପାଠ୍ୟକ୍ରମ ପାଇଁ ସମୟସୀମା ଜାରି

ଭୁବନେଶ୍ୱର:  ୨୦୨୫-୨୬ ଶିକ୍ଷାବର୍ଷ ପାଇଁ SAMS ଅଧୀନରେ ୩ ବର୍ଷିଆ LLB ପାଠ୍ୟକ୍ରମରେ ଅନଲାଇନ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗ ମଙ୍ଗଳବାର ଦିନ ସମୟସୀମା ଜାରି କରିଛନ୍ତି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (କଟକ), ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ (ଉତ୍କଳ ବିଶ୍ୱବିଦ୍ୟାଳୟ,…

ଆଜି ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାର ଆଜି ହେଉଛି ପଞ୍ଚମ ଦିନ l ଜନ୍ମବେଦୀ ଗୁଣ୍ଡିଚାମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ମାଉସୀ ହାତ ପରସା ଖାଉଛନ୍ତି ଓ ଅଗଣିତ ଭକ୍ତଙ୍କ ଗୁହାରି ଶୁଣୁଛନ୍ତି l ଆଡପ ମଣ୍ଡପରେ ଦର୍ଶନ କରି ବାଭବିହ୍ଵଳ ଭକ୍ତ l ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି…

ଆଗାମୀ ଦିନରେ ଯେପରି କୌଣସି ଅଘଟଣ ନ ଘଟୁ ସେନେଇ ଧ୍ୟାନ ଦେବୁ: ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ନିର୍ବାହ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ…

ଶସ୍ତାରେ ହୋଟେଲ ବୁକିଂ ନାଁରେ ଠକେଇ; ୧୫ ନକଲି ୱେବସାଇଟ ବ୍ଲକ…

ଭୁବନେଶ୍ବର: କ୍ରାଇମ୍ ବ୍ରାଞ୍ଚ ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଯାବତ୍ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।…

ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀରେ ପରିବର୍ତ୍ତନ; ଏହି ଦିନ ଆସିବେ…

ଭୁବନେଶ୍ବର: ବଦଳିଲା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀ । ଜୁଲାଇ ୯ ତାରିଖରେ ଓଡ଼ିଶା ଆସିବାକୁ ଥିବାବେଳେ, ଏଥିରେ ପରିବର୍ତ୍ତନ ହୋଇଛି । ଜୁଲାଇ ୧୧ ତାରିଖରେ ଓଡିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)…

ଇଏଲଆଇ ଯୋଜନାକୁ କ୍ୟାବିନେଟ ଅନୁମୋଦନ, ପ୍ରଥମ ଚାକିରି ପାଇଁ ବ୍ୟକ୍ତିଙ୍କୁ ମିଳିବ ୧୫ ହଜାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନାକୁ ଅନୁମୋଦନ କରିଛି। ଇଏଲଆଇ ଯୋଜନା ଅଧୀନରେ ପ୍ରଥମ ଥର କାମ କରୁଥିବା କର୍ମଚାରୀମାନେ ଗୋଟିଏ ମାସର ଦରମା (୧୫,୦୦୦ ଟଙ୍କା ପର୍ଯ୍ୟନ୍ତ)…

ବୁମରାହଙ୍କ ବିନା ୨୦ ୱିକେଟ ହାସଲ କରିବା ବଡ କଥା ନୁହେଁ

ଏଜବେଷ୍ଟନ: ପ୍ରଥମ ଟେଷ୍ଟରେ ଇଂଲଣ୍ଡ ନିକଟରୁ ପରାଜିତ ହେବା ପରେ ଏବେ ଟିମ ଇଣ୍ଡିଆ ଏଜବେଷ୍ଟନ ଟେଷ୍ଟ ଜିତିବା ଲକ୍ଷ୍ୟରେ ରହିଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଇତି ମଧ୍ୟରେ ଅଧିନାୟକ ଶୁଭମନ ଗିଲଙ୍କ ବୟାନ…

ଜେଲରେ ରହିଛନ୍ତି କେତେ ବନ୍ଦୀ, ଭାରତ ଓ ପାକିସ୍ତାନ ଜାରି କଲେ ସୂଚୀ…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଙ୍ଗଳବାର ଦିନ ନିଜନିଜ ଜେଲରେ ବନ୍ଦୀ ଥିବା କଏଦୀଙ୍କ ତାଲିକା ଜାରି କରିଛନ୍ତି। ଇସଲାମାବାଦ ନୂଆଦିଲ୍ଲୀକୁ ୨୪୬ ଜଣ ଭାରତୀୟ କିମ୍ବା ଭାରତୀୟ ବୋଲି ସନ୍ଦେହ କରାଯାଉଥିବା କଏଦୀଙ୍କ ତାଲିକା ପ୍ରଦାନ କରିଛି। ଯେଉଁଥିରେ ୫୩ ଜଣ ସାଧାରଣ ନାଗରିକ ଏବଂ ୧୯୩ ଜଣ…

ବର୍ମିଂହାମରେ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାତ କଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ ଗୌରବ ଆଣିଛନ୍ତି। ଅଶୋକ ଦଣ୍ଡସେନା ୮୦୦ ମିଟର (ପୁରୁଷ ବର୍ଗ)…

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଆଉ ୨ ଗିରଫ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେମାନେ ହେଲେ ଝାରପଡ଼ାର ସଞ୍ଜୀବ ମିଶ୍ର…