Latest Odisha News

BREAKING NEWS

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ପକ୍ଷରୁ ‘ନୂତନ ଅପରାଧିକ ଆଇନ’ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିମନ୍ତେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ପକ୍ଷରୁ ଆୟୋଜିତ "ନୂତନ ଅପରାଧିକ ଆଇନ" ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ…

ଆଇଏଏସ୍‌ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଆଇଏଏସ୍‌ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଚକମା । କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଲା ବେଳେ ଧରିଥିଲା…

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜା ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସର ସମୀକ୍ଷା ପାଇଁ ସମିତି ଗଠିତ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ନିଯୁକ୍ତ ବିଭିନ୍ନ ନିଯୋଗମାନଙ୍କ ଦ୍ୱାରା କରାଯାଉଥିବା ସେବାପୂଜ ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସ (ROR)ର ସମୀକ୍ଷା ପାଇଁ ଗଠନ ହେଲା ଦୁଇ ସଦସ୍ୟବିଶିଷ୍ଟ ସମିତି । ରାଜ୍ୟ ସରକାର, ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଡଃ. ଦୁର୍ଗା…

ବିରୋଧୀ ଦଳ ନେତାଙ୍କୁ ରଥଯାତ୍ରା ପାଇଁ ଆମନ୍ତ୍ରଣ କଲେ ଛତିଶା ନିଯୋଗ ସେବାୟତ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଛତିଶା ନିଯୋଗ ସେବାୟତ ମାନଙ୍କର ଏକ ପ୍ରିତିନିଧି ଦଳ । ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତାଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ…

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା, ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା। ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଭିଯୁକ୍ତଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ ବୋଲି…

ଡାଇରିଆ ରୋଗୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଗସ୍ତ କରି ମୁଖ୍ୟ ଡାକ୍ତରଖାନାରେ ଡାଇରିଆରେ ପୀଡିତ ରୋଗୀମାନଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ସମୟରେ ସେ ରୋଗୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ରୋଗୀଙ୍କୁ ଚିକିତ୍ସା ଠିକ ଭାବରେ କରାଯାଉଛି କି ନାହିଁ ସେ…

ରାଜଧାନୀରେ ଅପମିଶ୍ରିତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଅଭିଯୋଗ, ସିଲ୍ ହେଲା ମଦ ଦୋକାନ

ଭୁବନେଶ୍ୱର: ରାଜଧାନୀରେ ମଦ ମୃତ୍ୟୁ ଅଭିଯୋଗ। ଅପମିଶ୍ରିତ ମଦ ପିଇ ୨ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏଭଳି ଖବର ଜଣାପଡିବା ପରେ ସଂପୃକ୍ତ ମଦ ଦୋକାନକୁ ସ୍ଥାନୀୟ ବାସିନ୍ଦା ଘେରାଉ କରିଥିଲେ। ଅବକାରୀ…

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କଲା ଏନସିଡବ୍ଲ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାରେ ୧୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ, ଏଥିରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି । ଜାତୀୟ ମହିଳା କମିଶନ ମାମଲାରେ ଉଦବେଗ ପ୍ରକାଶ କରିବା ସହ ନିଜ ଆଡୁ ଏକ…

ମୋଦିଙ୍କ ଗସ୍ତ ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ !

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ଆସନ୍ତା ୨୦ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ…

ଶ୍ରୀମନ୍ଦିର ନୀତି-ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ସ୍କଟଲାଣ୍ଡ ସରକାରଙ୍କୁ ଅନୁରୋଧ କଲେ ସୁଦର୍ଶନ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀତି ଓ ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ସ୍କଟଲାଣ୍ଡର ସରକାରଙ୍କୁ ଅନୁରୋଧ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସେଠାରେ ଥିବା ଭାରତୀୟ ଦୂତାବାସ ତରଫରୁ ସ୍କଟଲାଣ୍ଡରେ ହୋଇଥିବା ରଥଯାତ୍ରାକୁ ନେଇ ଟ୍ବିଟ୍…