ଶ୍ରୀ ଭାଗବତ ସାର ୨୧: ଅସତରୁ ଅସଙ୍ଗ ହୋଇ, ସତ ସତ୍ତା ସହିତ ଯୋଗ ହେବା ହଁ ସତସଙ୍ଗ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆଲୋଚନା, ତାହା ପୁଣି ବ୍ରହ୍ମବେତା ଶ୍ରୀଶୁକଦେବଙ୍କ ମୁଖରେ, ସବୁଠାରୁ ବଡ଼କଥା ଅଠାଅଶୀ ହଜାର ମୁନି ଋଷିଙ୍କ ଉପସ୍ଥିତି, ଏଭଳି ଏକ ପ୍ରକୃଷ୍ଟ ସତସଙ୍ଗ ଯୋଗୁଁ ରାଜା ପରୀକ୍ଷିକ ବିଷ୍ଣୁ ଲୋକ ପ୍ରାପ୍ତ ହେଲେ। ଶାସ୍ତ୍ର…