Latest Odisha News

BREAKING NEWS

ଖଣ୍ଡଗିରି ଓଭରବ୍ରିଜରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍

‌ଭୁବନେଶ୍ବର :  ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ହାଇଓ୍ବେ ଉପରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ । ଫଳରେ ଖଣ୍ଡଗିରି ଅଞ୍ଚଳ ଗ୍ୟାସରେ ଗନ୍ଧମୟ ହୋଇପଡିଛି। ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଉଭୟ ପଟରୁ ଗାଡି ଚଳାଚଳ ବନ୍ଦ ରହିଛି। ଖବର ପାଇବା ପରେ ଘଟଣା ସ୍ଥଳରେ…

ଏଏମୟୁରେ କେବଳ ମୁସଲମାନଙ୍କ ସଂରକ୍ଷଣ ବିରୋଧରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଅଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟକୁ ନେଇ ମୁସଲମାନଙ୍କ ସଂରକ୍ଷଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଉତ୍ତର ପ୍ରଦେଶରେ  ରାଜନୀତି ଜୋର ଧରିଛି । ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଲିଗଡ଼ର ଖେର ଆସନରେ ନିର୍ବାଚନ ପ୍ରଚାର ସମୟରେ ଅଲିଗଡ଼ ମୁସିଲମ୍…

କଶ୍ମୀରର ବାରାମୁଲାରେ ୨୪ ଘଣ୍ଟାରେ ପୁଣି ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ପୁଣି ଏନକଉଣ୍ଟର ହୋଇଛି। ସୋପୋରର ରାମପୁର ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା। କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁଯାୟୀ, ରାମପୁର ଅଞ୍ଚଳରେ…

ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର: କବୀର-ରିଷବ ରନର୍ସଅପ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଟେନିସ ସେଂଟରରେ ଚାଲିଥିବା ଏମ୨୫ ଭୁବନେଶ୍ୱର ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ୨୦୨୪ରେ ଓଡିଶାର କବୀର ହନ୍ସ ଓ ତାଙ୍କ ସାଥୀ ରିଷବ ଅଗ୍ରୱାଲ ଅଳ୍ପକେ ଚାମ୍ପିୟନ ହେବାରୁ ରହି ଯାଇଛନ୍ତି । ପୁରୁଷ ଡବଲ୍ସରେ ସେମାନେ ରନର୍ସପଅ ହୋଇଛନ୍ତି । ଫାଇନାଲ ମୁକାବିଲାରେ…

ରାମ ମନ୍ଦିର ନିର୍ମାଣରେ ଲାଗିବ ଆହୁରି ୩ ମାସ, ସୂଚନା ଦେଲେ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ:  ଅଯୋଧ୍ୟାରେ ରାମ ମନ୍ଦିର ଜୁନ୍ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ନିର୍ମାଣରେ ଆହୁରି ୩ ମାସ ଅଧିକ ସମୟ ଲାଗିବ ଓ ଏହା ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପୁରା ହେବା ନେଇ ସୂଚନା ମିଳିଛି। ଅଯୋଧ୍ୟାରେ ଚଳିତ ବର୍ଷ ଆରମ୍ଭରୁ ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସିକେ ନାୟୁଡୁ ଟ୍ରଫି: ୪୦୦ ବ୍ୟକ୍ତିଗତ ରନ କରି ଇତିହାସ ରଚିଲେ ଯଶବର୍ଦ୍ଧନ, ରହିଛି ୫୦୦ ରନ କରିବା ସୁଯୋଗ

ନୂଆଦିଲ୍ଲୀ: ଚଳିତ ସିକେ ନାୟୁଡୁ ଟ୍ରଫିରେ ହରିୟାଣାର ଓପନର ଯଶବର୍ଦ୍ଧନ ଦଲାଲ ଇତିହାସ ରଚିଛନ୍ତି । ସେ ପ୍ରଥମ ବ୍ୟାଟ୍ସମ୍ୟାନ ଏହି କ୍ରିକେଟର ଏହି ଫର୍ମାଟରେ ୪୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ମୁମ୍ବାଇ ବିପକ୍ଷ ମୁକାବିଲାର ଦ୍ୱିତୀୟ ଦିବସରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ଦୁବାଇରେ ଅନୁଷ୍ଠିତ ହେଲା ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ କଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର, ଦୁବାଇ ଓଡ଼ିଆ ସମାଜ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଆର୍ଟ ସେଣ୍ଟର ଠାରେ ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।…

କଟକ ଗଣଦୁଷ୍କର୍ମ ପ୍ରସଙ୍ଗ: ପୋଲିସ ଡିଜିଙ୍କୁ ଭେଟିଲେ ବିଧାୟିକା ସୋଫିଆ ଫିରଦୋସ୍

କଟକ : କଟକ ଗଣଦୁଷ୍କର୍ମ ମାମଲାରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍ । ଏନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ସୋଫିଆ କହିଛନ୍ତି, ଦଶହରା ସମୟରୁ କଟକରେ ଏହି ଗଣଦୁଷ୍କର୍ମ ହୋଇଥିଲା। ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ ନେଇ…

ବିଶ୍ୱରେକର୍ଡଧାରୀଙ୍କୁ କୋଚ ନିଯୁକ୍ତ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଜାଭେଲିନ ଥ୍ରେୟାର ନୀରଜ ଚୋପ୍ରା କୋଚ ବଦଳାଇଛନ୍ତି । ଶନିବାର ସେ ୩ ଥର ଅଲିମ୍ପିକ୍ସ ଚାମ୍ପିୟନ ଓ ବିଶ୍ୱରେକର୍ଡଧାରୀ ଜାନ ଜେଲଜନୀଙ୍କୁ ନିଜର ନୂତନ କୋଚ ଭାବେ ନିଯୁକ୍ତ କରିଛନ୍ତି । ଚେକ ରିପବ୍ଲିକର ଜାନ ୧୯୯୨, ୯୬ ଓ ୨୦୦୦…

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଭୁବନେଶ୍ଵର: ଚଳିତ ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ…