Latest Odisha News

BREAKING NEWS

ମହାଗଠବନ୍ଧନରେ ଏବେ ବି ଜାରି ଟଣାଓଟରା: ହୋଇପାରୁନି ସିଟ ସେୟାରିଂ, ଗୋଟିଏ ଆସନରେ…

ନୂଆଦିଲ୍ଲୀ: ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିକଟତର ହେଲାଣି । ହେଲେ ଟିକେଟ ବଣ୍ଟନକୁ ନେଇ ଏବେ ବି ଜାରି ରହିଛି ଟଣାଅଟରା । ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖରେ ମାତ୍ର ୨୭ ଘଣ୍ଟା ବାକି ଅଛି, ତଥାପି କୌଣସି ଦଳ ସେମାନଙ୍କ ପୂରା ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି।…

Pakistan Accuses India : ଭାରତ ପଛରେ ହାତ ଧୋଇ ପଡିଛି ପାକିସ୍ତାନ, କହିଲା, ‘ଭାରତ ପାଇଁ ପ୍ରକ୍ସି ଯୁଦ୍ଧ ଲଢୁଛି…

ନୂଆଦିଲ୍ଲୀ: ଭାରତ ପିଛା ଛାଡୁନି ପାକିସ୍ତାନ...ଖାଲି ବିଷ ଓଗାରୁଛି...ଆଫଗାନିସ୍ତାନ ସହ ଯୁଦ୍ଧରେ ନେଲା ଭାରତ ନାମ...କହିଲା, ‘ଭାରତର ପ୍ରକ୍ସି ତାଲିବାନ୍, ଭାରତର ଇସାରାରେ ପାକିସ୍ତାନ ଉପରେ କରୁଛି ଆକ୍ରମଣ’... ଗତ ସପ୍ତାହ ମଧ୍ୟରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଭୟଙ୍କର ସଂଘର୍ଷ…

ବିଜେଡିକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ଲମ୍ବୋଦର

ଭୁବନେଶ୍ୱର: ନୂଆପଡ଼ା ରାଜନୀତିରେ ବିଜେଡିକୁ ଶକ୍ତ ଏକ ଝଟ୍‌କା । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ । ପୂର୍ବରୁ ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ରୁଦ୍ଧଦ୍ୱାର ବୈଠକ ହୋଇଥିଲା ।…

ବଡ ଭାଇଙ୍କୁ ୮୦ କୋଟି ମୂଲ୍ୟର ସମ୍ପତି ଦାୟିତ୍ୱ ପ୍ରଦାନ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଇଂଲଣ୍ଡରେ ଆଗକୁ ରହିବେ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ଏହି ଅବସରରେ କୋହଲି ଗୁରୁଗ୍ରାମରେ ଥିବା ବଙ୍ଗଳାର ସମ୍ପୂର୍ଣ୍ଣ ଦାୟିତ୍ୱ ବଡ ଭାଇ ବିକାଶ କୋହଲିଙ୍କୁ ଦେଇଛନ୍ତି । ଏହି ସମ୍ପତିର ମୂଲ୍ୟ ୮୦ କୋଟି ହେବ ବୋଲି ଆକଳନ…

ଭାରତ ନୁହେଁ ବିଶ୍ୱର ଏହି ଦେଶ ସବୁଠାରୁ ଧର୍ମନିରପେକ୍ଷ ଦେଶ, ଆମ ଦେଶ ବହୁତ ତଳେ

ନୂଆଦିଲ୍ଲୀ: ଧର୍ମନିରପେକ୍ଷତା ଏକ ଏଭଳି ସିଦ୍ଧାନ୍ତ ଯାହା ବ୍ୟକ୍ତିଙ୍କୁ ନିଜ ଧର୍ମକୁ ଏକ ବ୍ୟକ୍ତିଗତ ବିଷୟ ଭାବେ ଗ୍ରହଣ କରିବାକୁ ଅନୁମତି ଦିଏ ଏବଂ ସୁନିଶ୍ଚିତ କରେ ଯେ ଧର୍ମ ସମାଜର ରାଜନୈତିକ, ସାଂସ୍କୃତିକ ଓ ଆର୍ଥିକ ପରିସରରେ କୌଣସି ହସ୍ତକ୍ଷେପ ନକରେ। ବିଗତ କିଛି ଦଶନ୍ଧି ଧରି ଅନେକ…

ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆ: ଗିଲଙ୍କ ନେତୃତ୍ୱରେ ରୋହିତ, କୋହଲି ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଦିନିକିଆ ସିରିଜ ଖେଳିବା ପାଇଁ ପର୍ଥରେ ପଂହଚିଛନ୍ତି । ଅକ୍ଟୋବର ୧୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଦୁଇ ମହାନ ଖେଳାଳି ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ…

Green Crackers: ସବୁଜ ବାଣ କ’ଣ?, ଯାହାକୁ ସୁପ୍ରିମକୋର୍ଟ ଫୁଟାଇବାକୁ ଦେଇଛନ୍ତି ଅନୁମତି…ପରିବେଶ ପ୍ରଦୂଷଣକୁ କିପରି…

ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସିଛି। ସମସ୍ତେ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହା ଏକ ପର୍ବ ଯାହାକୁ ବାଣର ଶବ୍ଦ ବିନା ଅପୂର୍ଣ୍ଣ ବୋଲି ମନେ କରାଯାଏ। ହେଲେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଯୋଗୁଁ, ବାଣ ଫୁଟାଇବା ଉପରେ କିଛି କଟକଣା ରହିଛି। ଯାହାକୁ ନେଇ ସେଠିକା ବାସିନ୍ଦା…

ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲା କୋହଲିଙ୍କ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଏବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇଥିବା କୋହଲି ଏବେ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ତାଙ୍କର ଶେଷ ଆନ୍ତର୍ଜାତୀୟ…

SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପିଙ୍କ ବଡ଼ ସୂଚନା: ସବୁ ଅଭିଯୁକ୍ତଙ୍କୁ ଗିରଫ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପିଙ୍କ ବଡ଼ ସୂଚନା ଦେଇଛନ୍ତି । ପୋଲିସ ଏସ୍‌ଆଇ ପରୀକ୍ଷା ବିଭ୍ରାଟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ପୂର୍ବରୁ ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା…

ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ…