Latest Odisha News

BREAKING NEWS

ପହଲଗାମ ଆତଙ୍କୀ ଆକ୍ରମଣ: ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ

ଭୁବନେଶ୍ବର: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ଶ୍ରୀନଗରରୁ ଆଜି ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରିବ । ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ । ଏହା ପରେ ବାଲେଶ୍ବର ରେମୁଣା ଅଞ୍ଚଳର ସଦର ବ୍ଲକ ସାରଗାଁ ସ୍ଥାତ ବାସଭବନକୁ ଯିବ ପ୍ରଶାନ୍ତଙ୍କ ମୃତଦେହ ।

ସେ ଗତ ୧୯ ତାରିଖ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କ ସହ କଶ୍ମୀର ବୁଲିବାକୁ ଯାଇଥିଲେ । ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇ ପ୍ରାଣ ହରାଇଛନ୍ତି ପ୍ରଶାନ୍ତ । ଏନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୋଲିସ ସ୍ପଷ୍ଟ କରିଛି । ଆତଙ୍କୀଙ୍କ ଗୁଳିରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ସାରଗାଁ ଗ୍ରାମପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି ।

ରେମୁଣା ବିଧାୟକ ଓ ତହସିଲଦାର ପ୍ରଶାନ୍ତଙ୍କ ଘରେ ପହଞ୍ଚିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସହଯୋଗ କରୁଥିବାବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗାଯୋଗରେ ଥିବା କହିଛନ୍ତି ।

 

Comments are closed.