ଭୁବନେଶ୍ବର: ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଅ । ଏମିତି ନାରାରେ ଆଜି ପ୍ରକମ୍ପିତ ହୋଇଥିଲା ରାଜଧାନୀ ରାଜରାସ୍ତା । ହଜାର ହଜାର ପାଇକ ନିଜ ପୂର୍ବ ପୁରୁଷଙ୍କ ବଳିଦାନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟ ଦେବା ଦାବିରେ କରିଥିଲେ ବିଶାଳ ସମାବେଶ । ଓଡିଶା ବୀର ସମାବେଶ ପକ୍ଷରୁ ପାଇକ ଜନଗର୍ଜନ ସମାବେଶରେ ପାଇକ ଦାୟାଦ ଦେଖାଇଥିଲେ କଳା କୌଶଳ । ମାଷ୍ଟରକ୍ୟାଣ୍ଟିନଠାରୁ ଆରମ୍ଭ ହୋଇ ପ୍ରଦର୍ଶନୀ ପଡିଆ ଯାଏଁ ପାଇକ ଶୋଭାଯାତ୍ରା କରାଯାଇଛି ।
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି ଓ ଓଡିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ଓଡିଶା ବୀର ମହାସଂଘ ତରଫରୁ ଏହି ଜନଗର୍ଜନ ସମାବେଶ କରାଯାଇଛି । ରାଜଧାନୀ ପରେ ଆନ୍ଦୋଳନ ଦିଲ୍ଲୀ ଯାଏଁ ବ୍ୟାପିବ ବୋଲି ଓଡିଶା ବୀର ମହାସଂଘ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାର ଏବଂ ପାଇକ ମହାସଂଘ ଦାବିକୁ ଗ୍ରହଣ କରୁନଥିବାରୁ ଆଗକୁ ଦିଲ୍ଲୀରେ ମହା ସମାବେଶ କରିବାକୁ ଯୋଜନା ହେଉଛି ।
Comments are closed.