ନୂଆଦିଲ୍ଲୀ: ପାକ୍ ସେନା ମୁଖପାତ୍ରଙ୍କ ମୁହଁରେ କୁଖ୍ୟାତ ଆତଙ୍କୀର ଭାଷା। ଶୁଆ ଭଳି ଘୋଷିକି, ପୁଣି ଭାରତକୁ ଦେଇଛନ୍ତି ଧମକ। ଏତେ ଅବସ୍ଥା ହେବା ପରେ, ପ୍ରକୃତି ଛାଡ଼ିପାରୁନି ପାକିସ୍ତାନ। ପୁଣି ଭାରତକୁ ଧମକ ଦେଇଛି। ପାକିସ୍ତାନ ସେନାର ବୟାନବାଜି ଏବଂ ଦେଶର ଆତଙ୍କବାଦୀ ନେଟୱାର୍କ ମଧ୍ୟରେ ଥିବା ସମନ୍ୱୟର ଆଉ ଏକ ଉଦାହରଣ ଭାବରେ, ପାକିସ୍ତାନୀ ସାମରିକ ମୁଖପାତ୍ର ଭାରତକୁ ନିର୍ଣ୍ଣାୟିତ ଆତଙ୍କବାଦୀ ହାଫିଜ୍ ସଇଦର ପରି ଭାଷା ବ୍ୟବହାର କରି ଧମକ ଦେଇଛନ୍ତି।
ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ପାକ୍ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ, ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ସମ୍ପର୍କରେ ଭାରତକୁ ଧମକ ଦେଇଥିବା ଏକ ଭିଡିଓରେ ଦେଖାଯାଇଛି। ଯେଉଁଥିରେ ସେ ଭାରତକୁ ଚେତାବନୀ ଦେଇ କହିଛନ୍ତି, ଯଦି ତୁମେ ଆମର ପାଣି ବନ୍ଦ କର, ତେବେ ଆମେ ତୁମର ନିଶ୍ବାସ ବନ୍ଦ କରିଦେବୁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜଳ ବଣ୍ଟନ ଚୁକ୍ତିନାମାକୁ ସ୍ଥଗିତ କରିବା ପାଇଁ ଭାରତର ସାମ୍ପ୍ରତିକ ପଦକ୍ଷେପକୁ ଉଲ୍ଲେଖ କରି କିଛି ଏପରି ଚେତାବନୀ ଦେଇଛନ୍ତି ସେନା ମୁଖପାତ୍ର।
ପାକିସ୍ତାନୀ ସେନାର ମୁଖପାତ୍ରଙ୍କ ଏହି ମନ୍ତବ୍ୟ, ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ସଇଦର ବିବୃତ୍ତି ସହ ବେଶ୍ ଖାପ ଖାଉଛି। ଯିଏ ପୂର୍ବରୁ ସାର୍ବଜନୀନ ଭାଷଣରେ ଭାରତକୁ ଧମକ ଦେଇ କହିଥିଲା, ଯଦି ତୁମେ ପାଣି ବନ୍ଦ କର, ପରମେଶ୍ୱରଙ୍କ ଇଚ୍ଛା, ଆମେ ତୁମର ନିଶ୍ୱାସ ବନ୍ଦ କରିଦେବୁ, ଏବଂ ତା’ପରେ ଏହି ନଦୀଗୁଡ଼ିକରେ ରକ୍ତ ପଡ଼ିବ।
ତେବେ ଏହି ଭିଡିକୁ ନେଇ ଇଣ୍ଟରନେରେ ଲୋକେ ସାମନ୍ତ ବତିଥିବ ବେଳେ ଆଫଗାନିସ୍ତାନର ରାଜନେତା ଏବଂ ପୂର୍ବତନ ସଂସଦ ସଦସ୍ୟ ମାରିଅମ୍ ସୋଲାଇମାନଖିଲ୍ ଏହାକୁ ହାଫିଜର ସ୍କ୍ରିପ୍ଟ କପି ବୋଲି କହି ସମାଲୋଚନା କରିଚନ୍ତି। ସେ କହିଛନ୍ତି, ସେନା ମୁଖପାତ୍ର ଲସ୍କର ଏ ତୈବାର ପ୍ରତିଷ୍ଠାତା ହାଫିଜ୍ ସଇଦଙ୍କୁ ଶବ୍ଦକୁ ଶବ୍ଦ କରି କପି କରିଥିବା ମନେ ହେଉଛି। ଯଦି ଭାରତ ପାଣି ବନ୍ଦ କରେ ତେବେ ଆମେ ସେମାନଙ୍କର ନିଶ୍ୱାସ ବନ୍ଦ କରିଦେବୁ। ମୁଁ ଭାବୁଛି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ ସ୍ୱୀକୃତିପ୍ରାପ୍ତ ଆତଙ୍କବାଦୀଙ୍କ ସହିତ ଏକ ସ୍କ୍ରିପ୍ଟ ସେୟାର କରିଛି ବୋଲି ସେ ମନ୍ତବ୍ୟ ରଖିଛନ୍ତି।
ତେବେ ୨୨ ଏପ୍ରିଲ୍ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମା ମାନିବନି ବୋଲି କହିଛି ଭାରତ। ଏହି ପଦକ୍ଷେପ ନୂଆଦିଲ୍ଲୀ ଦ୍ୱାରା ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗ କରି ଇସଲାମାବାଦ ବିରୁଦ୍ଧରେ ନିଆଯାଇଥିବା ଦଣ୍ଡାତ୍ମକ ପଦକ୍ଷେପର ଏକ ଅଂଶ।
Comments are closed.