Latest Odisha News

BREAKING NEWS

Baloch Rebels Have US Weapons: ପାକିସ୍ତାନ ସେନା ପାଖରେ ନାହିଁ ଅସ୍ତ୍ର;ବିଦ୍ରୋହୀଙ୍କ ହାତରେ ଅତ୍ୟାଧୁନିକ ହତିଆର !

ନୂଆଦିଲ୍ଲୀ: ପାକିସ୍ତାନ ସେନାର ଅସଲ ମୁଖା ଖୋଲିଯାଇଛି। ନିଜକୁ ଶକ୍ତିଶାଳୀ ବୋଲି ଦାବି କରୁଥିବା ପାକ୍ ସେନା ଏବେ ବଲୋଚ୍ ବିଦ୍ରୋହୀଙ୍କ ଆଗରେ ଆଣ୍ଠୁ ମାଡ଼ିଛି। ନିଜେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ସଂସଦରେ ଏହି ସାଂଘାତିକ ସତ୍ୟକୁ ସ୍ୱୀକାର କରିଛନ୍ତି । ପାକିସ୍ତାନ ସେନା ପାଖରେ ନାହିଁ ଅସ୍ତ୍ର, ହେଲେ ବିଦ୍ରୋହୀଙ୍କ ପାଖରେ ଅତ୍ୟାଧୁନିକ ଆମେରିକୀୟ ହତିଆର ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ସ୍ୱୀକାର କରିଛନ୍ତି ଯେ, ବଲୋଚ୍ ବିଦ୍ରୋହୀଙ୍କ ସହ ଲଢ଼ିବା ଏବେ ପାକ୍ ସେନା ପାଇଁ କଷ୍ଟକର ହୋଇପଡ଼ିଛି ।

ଆସିଫଙ୍କ କହିବା ଅନୁଯାୟୀ, ବଲୋଚ୍ ବିଦ୍ରୋହୀଙ୍କ ପାଖରେ ଏମିତି କିଛି ଆମେରିକୀୟ ଅସ୍ତ୍ରଶସ୍ତ୍ର ରହିଛି, ଯାହା ପାକିସ୍ତାନ ସେନା ପାଖରେ ମଧ୍ୟ ନାହିଁ। ଏହି ବିଦ୍ରୋହୀମାନେ ନାଇଟ୍ ଭିଜନ୍ ଡିଭାଇସ୍ ଏବଂ ଉନ୍ନତ ମାନର ରାଇଫଲ୍ ବ୍ୟବହାର କରୁଛନ୍ତି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା । ବିଦ୍ରୋହୀଙ୍କ ହାତରେ ଥିବା ଗୋଟିଏ ଗୋଟିଏ ରାଇଫଲ୍‌ର ଦାମ୍ ପ୍ରାୟ ୨୦ ଲକ୍ଷ ଟଙ୍କା।
ଜଣେ ଜଣେ ବିଦ୍ରୋହୀ ପ୍ରାୟ ୨୦ ହଜାର ଡଲାରର ସାମରିକ ସରଞ୍ଜାମରେ ସଜ୍ଜିତ ହେଉଛନ୍ତି। ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିଦ୍ରୋହୀମାନଙ୍କୁ ଆଫଗାନିସ୍ତାନରୁ ସମର୍ଥନ ମିଳୁଛି । ବିଶେଷ କରି ବଲୋଚ୍ ଲିବରେସନ୍ ଆର୍ମି, BLA ଏବେ ପାକିସ୍ତାନୀ ପଞ୍ଜାବୀମାନଙ୍କୁ ଟାର୍ଗେଟ୍ କରୁଛି ।

ଦଶନ୍ଧି ଦଶନ୍ଧି ଧରି ବଲୋଚିସ୍ତାନରେ ସ୍ୱାଧୀନତା ପାଇଁ ସଂଗ୍ରାମ ଚାଲିଛି। ଖଣିଜ ସମ୍ପଦରେ ଭରପୂର ଏହି ଅଞ୍ଚଳରେ ଏବେ ବିଦେଶୀ ନିବେଶକ ଏବଂ ପାକିସ୍ତାନୀ ସେନା ଉପରେ ହମଲା ବଢ଼ିବାରେ ଲାଗିଛି । ନିକଟରେ ୪୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ୍ ଉପରେ ହୋଇଥିବା ଆକ୍ରମଣ ଏହାର ଜ୍ୱଳନ୍ତ ଉଦାହରଣ ।

ତେବେ ବଡ଼ ପ୍ରଶ୍ନ ହେଉଛି, ଯେଉଁ ପାକିସ୍ତାନ ସେନା ଭାରତ ବିରୋଧରେ ବଡ଼ ବଡ଼ କଥା କୁହେ, ସେ ଆଜି ନିଜ ଦେଶର ବିଦ୍ରୋହୀଙ୍କୁ ଦମନ କରିବାରେ କାହିଁକି ବିଫଳ ? କ’ଣ ପାକିସ୍ତାନ ସେନା ଏବେ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇପଡ଼ିଛି ?

Leave A Reply

Your email address will not be published.