Latest Odisha News

BREAKING NEWS

ଇମ୍ରାନଙ୍କ ବିଦାୟ ନିଶ୍ଚିତ, ସରକାର ଏବେ ସଂଖ୍ୟା ଲଘୁ

ଇସଲାମବାଦ: ପାକିସ୍ତାନରେ ଇମ୍ରାନ ଖାଁଙ୍କ ସରକାର ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ବୁଧବାର ମୁତାହିଦା କୌମି ମୁଭମେଂଟ ପାର୍ଟି ଇମ୍ରାନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ମେଂଟରୁ ଓହରି ଯାଇଛି । ଫଳରେ ଏବେ ଇମ୍ରାନଙ୍କ ସରକାର ସଂଖ୍ୟା ଲଘୁ ହୋଇଯାଇଛି । ପାକିସ୍ତାନ ନ୍ୟାଶନାଲ ଆସେମ୍ଲିରେ ମୋଟ ୩୪୨ ସିଟ ରହିଛି । ଏମକ୍ୟୁଏମପି ସମର୍ଥନ ପ୍ରତ୍ୟାହାର କରିବା ଫଳରେ ଇମ୍ରାନ ନେତୃତ୍ୱାଧୀନ ପିଟିଆଇ ମେଂଟ ୧୭୯ରୁ ୧୬୪କୁ ଖସି ଆସିଛି ।

ସଂଖ୍ୟା ଗରିଷ୍ଠତା ପାଇଁ ୧୬୪ ଆବଶ୍ୟକ । ପିଟିଆଇର ୨୪ ସାଂସଦ ସରକାରଙ୍କ ବିରୋଧରେ ଭୋଟ କରିବେ ବୋଲି ପାକିସ୍ତାନ ମିଡିଆରେ ଖବର ପ୍ରକାଶ ପାଇଛି । ବିରୋଧୀଙ୍କ ପଲା ମଜଭୁତ ହେଉଥିବାରୁ ଏପ୍ରିଲ ୩ରେ ହେବାକୁ ଥିବା ଅବିଶ୍ୱାସ ପ୍ରସ୍ତାବକୁ ଇମ୍ରାନ ସାମ୍ନା କରୁଛନ୍ତି କି ନାହିଁ ତାହା ଦେଖିବା କଥା ।

Leave A Reply

Your email address will not be published.