Latest Odisha News

BREAKING NEWS

ଚିତ୍ରୋତ୍ପଳା ନଦୀରେ ବାରୁଣୀ ସ୍ନାନ ପାଳିତ, ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପରିବାର ବର୍ଗ

କେନ୍ଦ୍ରାପଡା : ବାରୁଣୀ ସ୍ନାନ ପାଳିତ । ପିତୃପୁରୁଷଙ୍କ ପାଇଁ ପରିବାର ବର୍ଗ ଶ୍ରାଦ୍ଧ ଓ ବୁଡ ପକାଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ଚିତ୍ରୋତ୍ପଳା ନଦୀରେ ବାରୁଣୀ ସ୍ନାନ ପାଳିତ ହେଉଛି । କଳାବୁଦା ଘାଟରେ ଚାଲିଛି ବାରୁଣୀ ସ୍ନାନ । ବର୍ଷ ବର୍ଷ ଧରି ଏହି ନଦୀର ପ୍ରତିବର୍ଷ ହଜାର ହଜା ଶ୍ରଦ୍ଧାଳୁ ଆସି ବୁଡ ପକାଇବା ସହ ନିଜ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ କରି ମାନସିକ ପୁରଣ କରିଥାନ୍ତି ।

ବାରୁଣୀ ସ୍ନାନ ଅବସରରେ ନଦୀ ପଠାରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇଛିନ୍ତି ପରିବାର ବର୍ଗ । କିମ୍ବଦନ୍ତୀ ଅନୁସାରେ ଦଧୀଚି ଋଷି ଯକ୍ଷ୍ମା ରୋଗରେ ପିଡିତ ଥିଲୋ ଏହି ଯକ୍ଷ୍ମା ରୋଗରୁ ଉପଷମ ପାଇବା ପାଇଁ ବ୍ରହ୍ମାଙ୍କ ଆଦେଶ ପାଇ ।କଳାବୁଦା ଘାଟରେ ଥିବା ଉତ୍ତରେଶ୍ୱର ମହାଦେବଙ୍କ ଆଶ୍ରମରେ ରହି ଚିତ୍ରୋତ୍ପଳା ନଦୀରେ ସ୍ନାକରି ଯକ୍ଷ୍ମା ରୋଗରୁ ମୁକ୍ତି ପାଇଥିଲେ । ସେହିଦିନଠାରୁ ହଜାର ହଜାର ବର୍ଷ ଧରି ଏହି ବାରୁଣୀ ସ୍ନାନ ହେଉଛି।
ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ କମ୍ପି ଉଠିଥିଲା ପରିବେଷ । ଅନ୍ୟପଟେ ଚିତ୍ରୋତ୍ପଳା ନଦୀରେ ପବିତ୍ର ବାରୁଣୀ ସ୍ନାନ ଦିନ ଅନେକ ଶ୍ରଦ୍ଧାଳୁଙ୍କ ବୁଡ ପକାଇବା ପାଇଁ ସମାଗମ ହୋଇଥାଏ । ହେଲେ ଦିନକୁ ଦିନ ନଦୀ ପୋତି ହୋଇଯିବା ଫଳରେ ଶ୍ରଦ୍ଧାଳୁ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Leave A Reply

Your email address will not be published.